Home ଜିଲ୍ଲା ପରିକ୍ରମା ପରିବେଶ ସୁରକ୍ଷା ଓ ନିଶାନିବାରଣ ନିମନ୍ତେ ଅଣ୍ଟା ଭିଡିଲେ ଛାତ୍ରଛାତ୍ରୀ

ପରିବେଶ ସୁରକ୍ଷା ଓ ନିଶାନିବାରଣ ନିମନ୍ତେ ଅଣ୍ଟା ଭିଡିଲେ ଛାତ୍ରଛାତ୍ରୀ

102

ଖଇରା, ୨୫/୧୦-(ଓଡ଼ିଆ ପୁଅ/ନରେନ୍ଦ୍ର ବେହେରା) -ସାମାଜିକ ମୂଲ୍ୟବୋଧ ହରାଇ ଦିଗହରା ହୋଇପଡ଼ିଥିବା ଏ ସମାଜକୁ ଠିକଣା ରାସ୍ତାରେ ନେଇ ଏକ ଆଦର୍ଶ ସମାଜ ଗଡି ତୋଳିବା ପାଇଁ କିଛି ଛାତ୍ର ଛାତ୍ରୀ ଅଣ୍ଟା ଭିଡିଛନ୍ତି। ଏ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ। ସମାଜରେ ବର୍ତ୍ତମାନ ଯେପରି ନିଶା କାରବାର ଚୋରି ଡକାୟତି ରାହାଜାନୀ ଓ ଗଣ ଦୁଷ୍କର୍ମ ଭଳି ଅପରାଧିକ ଘଟଣା ଘଟୁଛି ତାହା ସହ ଡି.ଜେ. ସାଉଣ୍ଡ ଦ୍ୱରା ଯେପରି ଶବ୍ଦ ପ୍ରଦୂଷଣ ହେଉଛି ସେଥିରେ ସେମାନେ ଅତିଷ୍ଠ ହୋଇ ଗତ ୮ ତାରିଖ ଦିନ ଏକ ଲିଖିତ ଅଭିଯୋଗ କେତେକ ସ୍କୁଲର ଛାତ୍ରଛାତ୍ରୀମାନେ ଖଇରା ଥାନାରେ କରିଥିଲେ। ସିଗାରେଟ୍, ବିଡ଼ି, ଗଞ୍ଜେଇ, ବାଣ ପ୍ରଭୃତି ରୁ ନିର୍ଗତ ହେଉଥିବା ଦୂଆଁ ବାୟୁ ମଣ୍ଡଳକୁ ପ୍ରଦୂଷିତ କରୁଥିବାରୁ ଏହା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତି କାରକ ହେବାସହ ଏହି ଦୁଆଁ ଆକାଶ ମାର୍ଗରେ ଆଚ୍ଛାଦିତ ହେଉଥିବାରୁ ଓ କିଛି ଧୂଆଁ ବାୟୁମଣ୍ଡଳର ନିମ୍ନ ସ୍ତରରେ ରହୁଥିବାରୁ ବଜ୍ରପାତ ସମୟରେ ଏହା ବିଦ୍ଯୁତର ସୁପରିବହି ଓ କୁପରି ବହି ରୂପେ କାମ କରୁଥାଏ। ତେଣୁ ବଜ୍ରପାତ, ଘୂର୍ଣି ଝଡ଼, ଭୂମିକମ୍ପ ଓ ପାଣିପାଗର ଅନୀୟ ମିତତା ଭଳି ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି। ନିକଟ ଅତୀତରେ ରାଜସ୍ଥାନ ଓ ପଞ୍ଜାବର ଚାଷୀମାନଙ୍କ ଦ୍ଵାରା ଚାଷ ଜମିରେ ନଡ଼ାକୁ ନିଆଁ ଲଗାଇବାରୁ ସେ ଧୂଆଁର ପ୍ରଭାବ ଦୀଲ୍ଲି ମୋହ ନଗରୀ ଉପରେ ପଡୁଛି। ଏ କଥା ବୈଜ୍ଞାନିକମାନେ ପ୍ରକାଶ କରିବା ପରେ ଜଣେ ଆଦର୍ଶ ବିଜ୍ଞାନ ଶିକ୍ଷକ ପ୍ରଦୀପ୍ତ କୁମାର ଶନିବିଗ୍ରହ ତାଙ୍କର ଆଦର୍ଶ ଗତ ଚିନ୍ତାଧାରାକୁ ଏହି କୋମଳ ମତି ପିଲାମାନଙ୍କ ଜୀବନ ଶୈଳୀ ଉପରେ ପ୍ରତିଫଳିତ କରିବାର ପ୍ରୟାସ କରିଛନ୍ତି। ଛାତ୍ରଛାତ୍ରୀ ମାନେ ଏଥିରେ ପ୍ରଭାବିତ ହୋଇ ଏହିଭଳି ଏକ ଆଦର୍ଶ ଚିନ୍ତାଧାରାକୁ ଆପଣାଇ ନେଇଛନ୍ତି। ଏହା ସହିତ ଡି. ଜେ. ସାଉଣ୍ଡ ବାୟୁମଣ୍ଡଳରେ ଶବ୍ଦପ୍ରଦୂଷଣ କରୁଥିବାରୁ ଏହା ହୃଦ୍ ରୋଗୀ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଏହି ଶିକ୍ଷକଙ୍କ ପରାମର୍ଶ କ୍ରମେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଖଇରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ଏହାର କିଛି ସୁଫଳ ନ ମିଳିବାରୁ ଗତକାଲି ଆଉ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଥାନା ଅଧିକାରୀଣୀଙ୍କ ଅନୁପସ୍ଥତିରେ ASI ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ଏହି ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। ତାଙ୍କର ମୁଖ୍ୟ ଦାବି ଥିଲା ଦୀପାବଳିରେ ବାଣ ବିକ୍ରି ବନ୍ଦ ହେଉ। ASI ପ୍ରଦୀପ୍ତ କୁମାର ମହାନ୍ତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି ଯେ ଆମେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମିଶି ଏ ଯାବତ୍ ୩୨ ଗୋଟି ଗ୍ରାମକୁ ଯାଇ ମଧ୍ୟ ପାନ, ଧୁମପାନ, ବାଣ ଫୁଟା ଓ ଡିଜେ ସାଉଣ୍ଡ ବିରୋଧରେ ଜନ ସଚେତନତା ସୃଷ୍ଟି କରିଛୁ ଆଗାମୀଦିନରେ ଏହାକୁ ସୁଦୂର ପ୍ରସାରି କରିବାକୁ ଚିନ୍ତାଧାରା ନେଇଛୁ। ତେବେ ଦେଖାଯାଉ ଏହି କୋମଳ ମତି ଛାତ୍ରଛାତ୍ରୀ ମାନଙ୍କର ଏଭଳି ଆଦର୍ଶ ଗତ ଚିନ୍ତା ଧାରା ସମାଜ ଉପରେ କିଭଳି ପ୍ରତି ଫଳିତ ହେଉଛି। ଏଥିରେ ବିଭିନ୍ନ ବିଦ୍ଯାଳୟରୁ ଉଦୟ କୁମାର ଗିରି, ସତ୍ଯପ୍ରକାଶ ସାମଲ, ଓମ୍ ପ୍ରକାଶ ଗିରି, ରାଜଶ୍ରୀ ପଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ଓମ୍ ପ୍ରକାଶ ରାଉତ, ରଶ୍ମୀରଞ୍ଜନ ରାଉତ, ପ୍ରିତମ କୁମାର ଲେଙ୍କା, ପ୍ରଦୀପ ବେହେରା, ପଙ୍କଜ ନାୟକ, ଭବେଶ କୁମାର ଲେଙ୍କା ଓ ନିହାର ରଞ୍ଜନ ରାଉତ ପ୍ରମୁଖ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.