Home Top News ପବିତ୍ର ମହାଳୟା ତିଥିରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ଦର୍ଶନ

ପବିତ୍ର ମହାଳୟା ତିଥିରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ଦର୍ଶନ

87

ସମ୍ବଲପୁର, ୦୬/୧୦ (ଓଡ଼ିଆ ପୁଅ/ସରୋଜ ସାହୁ): ଆଜି ହେଉଛି ପିତୃପକ୍ଷର ଶେଷ ଦିନ ଅର୍ଥାତ ପବିତ୍ର ମହାଳୟା ପର୍ବ। ଏହି ଦିନରେ ସମ୍ବଲପୁର ର ଅଧିଷ୍ଠ୍ରାତୀ ଦେବୀ ମା’ ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମା’ ଙ୍କ ଏହି ଅପୁର୍ବ ରୂପର ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଛି। ବର୍ଷ ତମାମ ସିନ୍ଦୂର ମଣ୍ଡିତା ହୋଇ ପୂଜା ପାଉଥିବା ମା’ ପବିତ୍ର ମହାଳୟାରେ ଗଙ୍ଗା ରୂପ ଧାରଣ କରିଛନ୍ତି। ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପରେ ମା’ଙ୍କ ଧବଳମୁଖୀ ରୂପ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଆସିଛି। ଯେଉଁମାନେ ପିଣ୍ଡଦାନ କରିବା ପାଇଁ ଗଙ୍ଗା ଯିବାକୁ ଅସମର୍ଥ ହୁଅନ୍ତି, ସେମାନେ ଏହି ଦିନରେ ଘରେ ପିଣ୍ଡଦାନ କରି ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାନ୍ତି। ତେବେ ମା’ଙ୍କ ଏହି ବେଶକୁ ଗଙ୍ଗା ବେଶ ବୋଲି ମଧ୍ୟ କୁହାଯାଏ। ତେବେ ଆଜି ସକାଳୁ ନିୟମିତ ସମୟର ଏକ ଘଣ୍ଟା ପୂର୍ବରୁ ପହୁଡ ଖୋଲାଯାଇ ମା’ଙ୍କର ଧବଳମୁଖୀ ବେଶ ପାଇଁ ସଜ୍ଜିତ କରିଥିଲେ ମନ୍ଦିରର ସବୁ ପୁଜକ। ଏଥିସହ ଏକ ସ୍ବତନ୍ତ୍ର ଭୋଗ ମଧ୍ୟ ଲଗାଯାଏ। ଯାହା ବର୍ଷର ଅନ୍ୟ କୌଣସି ଦିନରେ ମା’ଙ୍କୁ ଅପର୍ଣ କରାଯାଏ ନାହିଁ। ମନ୍ଦିର ପରିସରରେ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନକୁ ଶୃଙ୍ଖଳିତ କରିବା ନେଇ ପୋଲିସ ଓ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅପରପକ୍ଷରେ ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ପାଇଁ ମନ୍ଦିର ରେ କୋଭିଡ ନିୟମ ପାଳନ କରାଯାଇ ଦର୍ଶନ ବ୍ୟବସ୍ଥା କରିଛି ମନ୍ଦିର ଟ୍ରଷ୍ଠ ବୋଡ। ମନ୍ଦିର କୁ ପ୍ରବେଶ ପୁର୍ବରୁ ମାସ୍କ ପରିଧାନ ସହ ହାତକୁ ବିଶୋଧନ ବାଧ୍ୟତାମୂଳକ କରାଯାଇଛି। ଏଥିସହ ଧାଡି ଦର୍ଶନ ସହ ସାମାଜିକ ଦୁରତା ଓ କୋଣଷି ପୁଜା ସାମାଗ୍ରୀ ନେବାପାଇଁ କଟକଣା ମଧ୍ୟ ଲାଗୁ କରାଯାଇଛି। ଆଜିର ଦିନରେ ମା’ ଙ୍କ ଏହି ଅପୁର୍ବ ରୁପ କୁ ଭକ୍ତ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.