Home ଜଗତସିଂହପୁର ପଞ୍ଚାୟତ ବାଣିପୀଠ ଉପ୍ରା ବିଦ୍ୟାଳୟରେ ବୃକ୍ଷରୋପଣ

ପଞ୍ଚାୟତ ବାଣିପୀଠ ଉପ୍ରା ବିଦ୍ୟାଳୟରେ ବୃକ୍ଷରୋପଣ

79

ଜଗତସିଂହପୁର ୨୮/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ)- ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଦଣ୍ଡା ଗ୍ରାମରେ ଅବସ୍ଥିତ ପଞ୍ଚାୟତ ବାଣିପୀଠ ଉପ୍ରା ବିଦ୍ୟାଳୟରେ ପରିବେଶ ସଚେତନତା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଚିତ୍ତ ରଞ୍ଜନ ଗୋଛାୟତ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିବା ସହ ପ୍ରତ୍ୟେକ ଛାତ୍ରଛାତ୍ରି ନିଜ ବାଡିବଗିଚାରେ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ପଣସ, ବେଲ, ବଉଳ, ଦେବଦାରୁ, ନିମ୍ବ ଆଦି ବୃକ୍ଷର ଚାରା ରୋପଣ କରାଯାଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ ରୁପେଶ ରଞ୍ଜନ ରାଉତ, ଶିକ୍ଷୟତ୍ରୀ ପ୍ରଫୁଲ୍ଲି ବିଶ୍ୱାଳ, ତିଳୋତ୍ତମା ବେଉରା ଓ ସାଗରୀକା ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.