Home ଜିଲ୍ଲା ପରିକ୍ରମା ନୟାଗଡ଼: ଆରଡିସି କ୍ରିଦାଶପୁର ଓ ଲକ୍ଷ୍ମୀପ୍ରସାଦ ପଂଚାୟତ ଯାଇ କରୋନା ସ୍ଥିତି ପରଖିଲେ

ନୟାଗଡ଼: ଆରଡିସି କ୍ରିଦାଶପୁର ଓ ଲକ୍ଷ୍ମୀପ୍ରସାଦ ପଂଚାୟତ ଯାଇ କରୋନା ସ୍ଥିତି ପରଖିଲେ

155

ନୟାଗଡ଼, ୧୭ା୭:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କେନ୍ଦ୍ରାଚଂଳ ରାଜସ୍ୱ କମିଶନର ଅନିଲ କୁମାର ସାମଲ ଶୁକ୍ରବାର ନୟାଗଡ଼ ଗସ୍ତରେ ଆସି ଜିଲାର ପ୍ରଶାସନିକ ଅଧିକକାରୀମାନଙ୍କ ସହିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହିତ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ନୟାଗଡ଼ ବ୍ଳକର କ୍ରିଦାଶପୁର ପଂଚାୟତ ଓ ଲକ୍ଷ୍ମୀପ୍ରସାଦ ପଂଚାୟତର କଲ୍ୟାଣମଣ୍ଡପରେ ପ୍ରସ୍ତୁତ କରାଯାଇଥିବା କୋଭିଡ କ୍ୱାରେଂଟାଇନ ହୋମକୁ ବୁଲି ଦେଖିଥିଲେ। ଆରଡିସି ପୂର୍ବାହ୍ନରେ ନୟାଗଡ଼କୁ ଆସି ନୟାଗଡ଼ର ସର୍କିଟ ହାଉସରେ ପ୍ରଥମେ ଜିଲାପାଳ ଡ ପୋମା ଟୁଡୁ, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ପିଡି ଡିଆରଡିଏ ସୁବାଷ ଚନ୍ଦ୍ର ରାୟ, ଉପଜିଲାପାଳ ଲଗ୍ନଜିତ ରାଉତ, ଡିଏଫଓ ଏଚ ଡି ଧନରାଜ, ଜିଲା ସ୍ୱାସ୍ଥ୍ୟ ଅଧିକାରୀ ରଶ୍ମୀତା ବିଶ୍ୱାଳ, ପୌରାଧିକାରୀ ସନ୍ତୋଷ କୁମାର ଜେନା ଓ ବିଡିଓ ମନୋଜ ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ନୟାଗଡ଼ ଜିଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହିତ ସମ୍ପ୍ରତି କରୋନାର ସ୍ଥିତି, ପରିସ୍ଥିତି ଏବଂ ଅବସ୍ଥିତି ଉପରେ ଆଲୋଚନା କରିଥିଲେ। ପରେ ଆରଡିସି ଶ୍ରୀ ସାମଲ ନୟାଗଡ଼ ବ୍ଳକର କ୍ରିଦାପୁର ପଂଚାୟତର କଲ୍ୟାଣମଣ୍ଡପଠାରେ ହୋଇଥିବା କ୍ୱାରେଂଟାଇନ ଗୃହ ବୁଲି ଦେଖିବା ସହ ସରପଂଚ, ଅଙ୍ଗନବାଡ଼ି କର୍ମୀ, ଆଶାମାନଙ୍କୁ କରୋନା ସତର୍କତାମୂଳକ ପଦକ୍ଷେପ ଉପରେ ବୁଝିବା ସହିତ ସରକାରଙ୍କ ଦ୍ୱାରା କରାଯାଉଥିବା ସର୍ଭେ ସୂଚାରୁରୂପେ କରିବା ପାଇଁ ପରାମର୍ଶ ଦେଇଥିଲେ। ପରେ ଲକ୍ଷ୍ମୀପ୍ରସାଦ ପଂଚାୟତର କୋଭିଡ୍ କେୟାର ହୋମ ପରିଦର୍ଶନରେ ଯାଇ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.