Home ଜିଲ୍ଲା ପରିକ୍ରମା ନୌବାଣିଜ୍ୟ ପରମ୍ପରାକୁ ନେଇ ଧାମରା ଆଜି ଗର୍ବିତ, ଧାମରା- ଚାନ୍ଦବାଲି ବୋଇତ ବନ୍ଦାଣ ର୨୫ବର୍ଷ ପୂର୍ତି...

ନୌବାଣିଜ୍ୟ ପରମ୍ପରାକୁ ନେଇ ଧାମରା ଆଜି ଗର୍ବିତ, ଧାମରା- ଚାନ୍ଦବାଲି ବୋଇତ ବନ୍ଦାଣ ର୨୫ବର୍ଷ ପୂର୍ତି ପାଳନ

7

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଆଜି ମଧ୍ୟ ନିଜକୁ ଗର୍ବିତ ଅନୁଭବ କରୁଛି , ଦୀର୍ଘ ୨୫ବର୍ଷ ହେବ ଧାମରା –ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ତାର ୨୫ବର୍ଷ ପୂର୍ତି ଅବସରରେ ସେ ଏହି ଖବର ଦେଉଛି ଭାଇଚାରାର ସମ୍ପର୍କ ନେଇ ଧାମରା କେବଳ ଚାନ୍ଦବାଲି ଅଥବା ଓଡିଶାରେ ସିମୀତ ହୋଇ ରହିନାହିଁ ଏହାର ନାମ ପରିବ୍ୟାପ୍ତ ହୋଇ ପଡିଛି । ଆଗାମୀ ଦିନରେ ଏହି ମହୋତ୍ସବକୁ କିପରି ନିଜ ରାଜ୍ୟରେ ସିମୀତ ନରଖି ସାରା ଭାରତରେ ନୁହେଁ ସାରା ବିଶ୍ୱର ଚର୍ଚା କୁ ଆସିବ ସେଥିପାଇଁ ସମସ୍ତ ଜନସାଧାରଣ ଜାଗ୍ରତ ହେବାକୁ ଆହ୍ୱାନ କରାଯାଇଥିଲା । ଆଜି ଧାମରା- ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ତାର ୨୫ ବର୍ଷ ପାଳନ ଅବସରରେ ଚାନ୍ଦବାଲିରୁ ଏକ ସୁସଜ୍ଜିତ ବୋଟରେ ୭ଜଣ ସାଧବ ମାନଙ୍କୁ ନେଇ ଆସି ଧାମରାର ପ୍ରତିଷ୍ଠିତ ଦେବୀ ମା ଧାମରାଇଙ୍କ ନିକଟରେ ପହଂଚିବା ପରେ ଅଂଚଳବାସୀ ଏହି ସାଧବ ମାନଙ୍କୁ ଧାମରା ବସଷ୍ଟଣ୍ଡରେ ହୋଇଥିବା ସଭାସ୍ଥଳକୁ ପାଛୋଟି ଆଣିଥିଲେ । ପରେ ସଭାକାର୍ଯ୍ୟ ଆରମ୍‌ଭ ହୋଇଥିଲା । ହୋଇଥିବା ସଭାରେ ଧାମରା ଚାନ୍ଦବାଲି ବୋଇତ ବନ୍ଦାଣ କମିଟିର ସଭାପତି ବଳଭଦ୍ର ଲେଙ୍କା ସଭାପତିତ୍ୱ କରିଥିବା ବେଳେ ସଂପାଦକ ରଞ୍ଜନ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦୀର୍ଘ ୨୫ବର୍ଷ ହେବ ଏହି କମିଟି ବହୁ ଉତଥାନ ପତନ ଦେଇ ଗତି କରିବା ସହ କିପରି ଏହି ବୋଇତ ବନ୍ଦାଣ ଆରମ୍ଭ ହୋଇଥିଲା ଏବଂ ଆଜି ଦୀର୍ଘ ୨୫ବର୍ଷ ଅତିକ୍ରମ କରିଥିବା ବେଳେ ଆରମ୍ଭ କରିଥିବା ଉପଦେଷ୍ଟା ମାନଙ୍କ ମଧ୍ୟରୁ ସ୍ୱର୍ଗତ କାଲା ଜେନା, ତ୍ରିଲୋଚନ ପ୍ରଧାନ ଏବଂ ମଥୁରୀ ମୋହନ ବାରିକ ଆଜି ଭଳି ଦିନରେ ସ୍ୱର୍ଗାରୋହଣ କରିଥିଲେ ମଧ୍ୟ ଛାଡି ଦେଇ ଯାଇଥିବା ପାଦ ଚିହ୍ନକୁ ଆଜି ଭଳି ଦିନରେ ଧାମରା ମାଟି ଝରୁଛି ବୋଲି ଉପସ୍ଥିତ ବକ୍ତା ମାନେ ନିଜର ବକ୍ତବ୍ୟ ରଖିଥିଲେ । ହୋଇଥିବା ସଭାକୁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପ୍ରଦ୍ୱୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲିକ, ପ୍ରବକ୍ତା ସଂଗ୍ରାମ ଆଚାର୍ଯ୍ୟ, ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ସୁଲତା ଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ ଜାନା, ବନବିହାରୀ ମାଇତି,ମାନିକ ଦିନ୍ଦା ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି ସଭା ପରିଚାଳନା ରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.