Home ଜିଲ୍ଲା ପରିକ୍ରମା ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳିତ

ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳିତ

62

ପୁରୀ ୨୩/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ତ୍ୟାଗ, ସାହସ ଓ ବିରତ୍ୱର ପଟାନ୍ତାର ନାହିଁ। ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନ ତାଙ୍କୁ ଚିର ଅମର କରି ରଖିଥିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ। ଆଜି ପୂର୍ବାହ୍ନରେ ନେତାଜୀ ସଂଗ୍ରାହାଳୟ ଠାରେ ଜିଲ୍ଲା ପ୍ରଶାସନ, ସଂସ୍କୃତି ବିଭାଗ ଓ ନେତାଜୀ ସ୍ମୃତି ପରିଷଦର ମିଳିତ ସହଯୋଗରେ ନେତାଜୀ ଙ୍କ ଜୟନ୍ତୀ ପାଳିତ ହୋଇଥିଲା। ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ନେତାଜୀ ଏହି ସ୍ଥାନରେ ନିଜ ପିତାମାତାଙ୍କ ସହ ସମୟ ବିତାଇଥିଲେ। ଏହି ସ୍ଥାନ ସହ ତାଙ୍କର ସ୍ମୃତି ଜଡିତ। ତେଣୁ ନେତାଜୀଙ୍କ ନାମରେ ସଂଗ୍ରାହାଳୟ ପ୍ରତିଷ୍ଠା କରାଯାଇଛି। ଏହାର ଉନ୍ନତି କରଣ ଓ ବିକାଶ ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି ଓ ଖୁବ ଶିଘ୍ର ଏହା କରାଯିବ ବୋଲି ସେ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଘୁନାଥ ସେଠୀ, ନେତାଜୀ ସ୍ମୃତି ପରିଷଦର ସଭାପତି ଡା ବିପିନାନନ୍ଦ ମିଶ୍ର, ଆବାହକ ଶିବ ପ୍ରସାଦ ମିଶ୍ର, ସମ୍ପାଦକ ଜଗନ୍ନାଥ ଦେଓ, ଶ୍ୟାମ ସୁନ୍ଦର ପଣ୍ଡା, ଟୁନା ନାୟକ, ଗୋବିନ୍ଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧା ସୁମନ ଓ ସ୍ମୃତି ଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.