Home Top News ନୃତ୍ୟ କରୁଥିବା ସମୟରେ ଷ୍ଟେଜରେ ଟଳିପଡ଼ିଲେ ପାର୍ବତୀ ଭୂମିକାରେ ଅଭିନୟ କରୁଥିବା ଅଭିନେତା, ବାଜୁଥିଲା ତାଳି,...

ନୃତ୍ୟ କରୁଥିବା ସମୟରେ ଷ୍ଟେଜରେ ଟଳିପଡ଼ିଲେ ପାର୍ବତୀ ଭୂମିକାରେ ଅଭିନୟ କରୁଥିବା ଅଭିନେତା, ବାଜୁଥିଲା ତାଳି, କିନ୍ତୁ ଥିଲା ହୃଦଘାତ ଜନିତ ପ୍ରକୃତ ମୃତ୍ୟୁ – ଭିଡ଼ିଓ

125

ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ନାଚୁଥିବା ସମୟରେ କ’ଣ କେବେ ଯମରାଜ କାହାକୁ ନେଇପାରିବେ? ସେ ପୁଣି ଥିଲେ ପାର୍ବତୀ ଭୂମିକାରେ। ଶିବଙ୍କର ଆରାଧନା କରି ଝୁମୁଥିଲେ। ଲୋକେ ଭାବୁଥିଲେ ଏହା ଅଭିନୟର ଏକ ଅଂଶ, କିନ୍ତୁ ଥିଲା ଓଲଟା। ନୃତ୍ୟ କରୁ କରୁ ତଳେ ପଡ଼ିଯାଇଥିଲେ ଅଭିନେତା ଯୋଗେଶ ଗୁପ୍ତା। କିଛିସମୟ ପରେ ଉଠି ପୁଣି ନୃତ୍ୟୁ କରିବାକୁ କରିଥିଲେ ଚେଷ୍ଟା, କିନ୍ତୁ ହେଉଥିଲା ଯନ୍ତ୍ରଣା। ହେଉଥିଲେ ଛଟପଟ, କ୍ଷଣିକ ସମୟ ପାଇଁ। ଦର୍ଶକଙ୍କର ବାଜୁଥିଲା ତାଳି। ଦର୍ଶକ ଭାବୁଥିଲେ ଏହା ଅଭିନୟର ଅଂଶ ବୋଲି। ନିଜେ ଶିବ ଆସି ଅଭିନୟ ଷ୍ଟାଇଲରେ ଉଠାଇବାକୁ କରୁଥିଲେ ଚେଷ୍ଟା। ହେଲେ ଏହାଁହି ଥିଲା ବିଧିର ବିଧାନ। ଚାଲିଯାଇଥିଲା ଜୀବନ। ଶିବ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଜାଣିପାରିଲେଯେ, ସେ ମୂର୍ଚ୍ଛିତ ହୋଇଯାଇଛନ୍ତି ତେଣୁ ଡିଜେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ। ଏ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଜାମ୍ମୁକାଶ୍ମିରରେ ଏକ ଗଣେଶ ଉତ୍ସବ ମଞ୍ଚରେ ଘଟିଛି। କିଛିଦିନ ପୂର୍ବରୁ ମଧ୍ୟ ଏହି ପରି ଜଣେ କଳାକାରଙ୍କର ମୃତ୍ୟୁ ଘଟଣା ସାମନାକୁ ଆସିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.