Home ଜଗତସିଂହପୁର ନୂତନ ସଦସ୍ୟ ଗ୍ରହଣ ନିମନ୍ତେ ଜିଲ୍ଲା ବିଜେପି ନଗର ମଣ୍ଡଳ ପକ୍ଷରୁ ବୈଠକ ଅନୁଷ୍ଠିତ

ନୂତନ ସଦସ୍ୟ ଗ୍ରହଣ ନିମନ୍ତେ ଜିଲ୍ଲା ବିଜେପି ନଗର ମଣ୍ଡଳ ପକ୍ଷରୁ ବୈଠକ ଅନୁଷ୍ଠିତ

143

ଜଗତସିଂହପୁର ୧୭-୭ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) ରବିବାର ଦିନ ଜଗତସିଂହପୁର ପୌରପରିଷଦ ସ୍ଥିତ ୧୭ନଂ ୱାର୍ଡ ତଥା ଦେଉଳିଗ୍ରାମେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଜଗତସିଂହପୁର ବିଜେପି ନଗର ମଣ୍ଡଳ ପକ୍ଷରୁ ନୁଆ ସଦସ୍ୟତା ଗ୍ରହଣ ନିମନ୍ତେ ଏକ ବୈଠକ ଅନୁଷ୍ଟିତ ହୋଇ ଯାଇଛି। ଏହି ବୈଠକରେ ବିଜେପିର ନଗର ମଣ୍ଡଳ ସଭାପତି ଅକ୍ଷୟ କୁମାର ପାତ୍ର ଅଧ୍ୟକ୍ଷତା କରି ଜଗତସିଂହପୁର ନଗର ମଣ୍ଡଳର ପ୍ରତ୍ୟେକ ବୁଥ ସ୍ତରରୁ ୧୫୦ ଜଣରୁ ଅଧିକ ନୁତନ ସଦସ୍ୟ ଗ୍ରହଣ ନିମନ୍ତେ ଉପସ୍ଥିତ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ସଦସ୍ୟତା ଗ୍ରହଣ ପ୍ରଭାରୀ ଜଗନ୍ନାଥ ଦାଶ, ଜିଲ୍ଲା ଉପ ସଭାପତି ସୌଭାଗ୍ୟ ମହାନ୍ତି, ସମିର ନାୟକ, ସୂର୍ଯ୍ୟ ନାରାୟଣ ନାୟକ, ଧରଣୀଧର ନାୟକ, ଗିରିଜା ମହାନ୍ତି, ବିକାଶ ସିଂ, ପ୍ରଦିପ୍ ଦାସ, ଶେଖ୍ ନସିମ୍, ରଞ୍ଜନ ବାରିକ, ହେମନ୍ତ ପଲାଉରୀ, ଅଜୟ ତ୍ରିପାଠୀ, ମନୋଜ ବାରକ, ଦିବାକର ସାହୁ, କୃଷ୍ଣ ପ୍ରସାଦ ଆଚାର୍ଯ୍ୟ, ବାଦଲ ଦାସ, କାହ୍ନୁ ସେଠୀ ପ୍ରମୁଖ ୫୦ରୁ ଉର୍ଦ୍ଧ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ମନ୍ଦିର ପରିସରରେ ବୃକ୍ଷ ରୋପଣ କରାଯାଇ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.