Home ଜିଲ୍ଲା ପରିକ୍ରମା ନିର୍ମାଣକୁ ଏକମାସ ପୁରିଲାନି, ବନ୍ତ କୋର୍ଟ ପାଚେରୀ ଫାଟି ଆଁ

ନିର୍ମାଣକୁ ଏକମାସ ପୁରିଲାନି, ବନ୍ତ କୋର୍ଟ ପାଚେରୀ ଫାଟି ଆଁ

9
???????

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଅକ୍ଟୋବର ମାସରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବନ୍ତ କୋର୍ଟ ପାଚେରୀ ଫାଟିଯାଇଥିବା ଦେଖିବାକୁ ମିଳିଛି। ଫଳରେ ନିମ୍ନମାନର ନିର୍ମାଣ କାର୍ଯ୍ୟର ସ୍ଥାୟୀତ୍ୱକୁ ନେଇ ବନ୍ତର ବୁଦ୍ଧିଜୀବି ମହଲରେ ସନ୍ଦେହ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ବନ୍ତ ବ୍ଲକ୍‌ରେ ସରକାରଙ୍କ ଆଇନ ବିଭାଗ ଓ ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ଅନୁମତି କ୍ରମେ ୨୦୧୭ ମସିହାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ ଖୋଲିବାକୁ ଅନୁମୋଦନ କରାଯାଇଥିଲା। ବନ୍ତ ତହସିଲ ପକ୍ଷରୁ ବରକୋଣା ରାଜସ୍ୱ ମୌଜାରେ ସରକାରୀ ଜମି ଉପରେ ବନ୍ତ କୋର୍ଟ ନିର୍ମାଣ ପାଇଁ ଜମି ଯୋଗାଇ ଦିଆଯାଇଥିଲା। ବନ୍ତ କୋର୍ଟର ସୀମାପ୍ରାଚୀର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୫୦ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା। ତା ୩.୧୧.୨୩ ରିଖରେ ତହସିଲ ପକ୍ଷରୁ ସଂମ୍ପୃକ୍ତ ଜମିର ମାପଚୁପ୍ କରାଯାଇ ଠିକାଦାରଙ୍କୁ ଜମି ଚିହ୍ନଟ କରାଯାଇଥିଲେ ମଧ୍ୟ ଗତ ଜାନୁୟାରୀ ମାସ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିଲା। ଫଳରେ ସଂମ୍ପୃକ୍ତ ଠିକାଦାର ସରକାରୀ ନିର୍ଦ୍ଦେଶକୁ ଉଲଙ୍ଘନ କରି କୌଣସି ସୂଚନାଫଳକ ନଲଗାଇ ଚଳିତ ବର୍ଷାଋତୁରେ ତରଭରିଆ ଭାବେ କାର୍ଯ୍ୟ ଆରମ୍ଭ କରି ଗତ ଅକ୍ଟୋବର ମାସରେ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ। ନିର୍ମାଣ କାର୍ଯ୍ୟକୁ ମାତ୍ର ୧ମାସ ପୁରିଥିଲା ବେଳେ ନବନିର୍ମିତ ସୀମା ପ୍ରାଚୀରର ୨ଟି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଏତେ କମ୍ ଦିନ ମଧ୍ୟରେ ପାଚେରୀରେ ଫାଟ ହୋଇଥିବା ଯୋଗୁଁ ପ୍ରକଳ୍ପର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ପ୍ରକାଶ ଥାଉକି ନିମ୍ନ ମାନର କାର୍ଯ୍ୟକୁ ସେତେବେଳେ ଅଂଚଳବାସୀ ବିରୋଧ ପ୍ରକଟ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ନଥିବା ଅଭି÷ଯାଗ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.