ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ଅଗ୍ରଣୀ ସଂସ୍ଥା ଲାଇଭ୍ୱେଲ ପକ୍ଷରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଭଦ୍ରକ ଜିଲ୍ଳା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଦେୟମୁକ୍ତ ଚିକିତ୍ସା ଏବଂ ପରୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଦିଲିପ ରାଉତରାଏ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ ଶେଖର ବଳ, ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ, ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ତାପସ ରଞ୍ଜନ ବେହେରା ଯୋଗ ଦେଇ ସ୍ୱାସ୍ଥ୍ୟର ଯତ୍ନ ସଂପର୍କୀତ ବିଭିନ୍ନ ପରାମର୍ଶ ଦେଇଥିଲେ। ବରିଷ୍ଠ ଅଭିଜ୍ଞ ଡାକ୍ତର ମନୋରଞ୍ଜନ ପାଣିଗ୍ରାହୀ, ଡା. ବିଶ୍ୱଜିତ ନନ୍ଦ, ଡା. ଦିଲିପ ମହାନ୍ତି, ଡା. ରାଜେନ୍ଦ୍ର ଶତପଥି, ଡା. ଅନୁରାଗ ଜେନା, ଡା. ସମିର କୁମାର ହୋତା, ଡା. ଦେବାଶିଷ ଜେନା, ଡା. ସଞ୍ଜୟ ଦାସ, ଡା. ଶୁଭଶ୍ରୀ ଅଙ୍କିତା, ଡା. ଗୌରାଙ୍ଗ ଚରଣ ପୃଷ୍ଟି, ଡା. ବୈଦ୍ୟନାଥ ଓଝା, ଡା. ନିଶାନ୍ ଏନ୍ ଦାଶଙ୍କ ସମେତ ୨୫ରୁ ଉର୍ଦ୍ଧ୍ୱ ଡାକ୍ତର ୩ହଜାରରୁ ଉର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରିଥିଲେ। ଏହି ଶିବିରରେ ଫାଇବର ସ୍କାନ, ପି.ଏଫ୍.ଟି, ୟୁରୋପ୍ଲୋମେଟ୍ରି, ହାଡ଼ର ସାନ୍ଧ୍ରତା ପରୀକ୍ଷା, ରକ୍ତ ଶର୍କରା ସହିତ ରକ୍ତର ବିଭିନ୍ନ ପରୀକ୍ଷା କରାଯାଇ ରୋଗ ଚିହ୍ନଟ ଓ ଚକିତ୍ସା ପରାମର୍ଶ ପ୍ରଦାନ କରାଯାଇଥିଲା। ଏହାକୁ ଲାଇଭେ୍ୱେଲ ଡାଇଗ୍ନୋଷ୍ଟିକ୍ ପକ୍ଷରୁ ନିର୍ଦ୍ଦେଶକ ଆଦିତ୍ୟ ନାରାୟଣ ମହାନ୍ତି ଏବଂ ଶୈବାଳିନୀ ଦାସ ପରିଚାଳନା କରିଥିଲେ।