Home ଜିଲ୍ଲା ପରିକ୍ରମା ଧାମରା ସରକାରୀ ମେଡିକାଲରେ ଖୋଲିବ ଇଏସଆଇସି ମେଡିକାଲ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ପରିଦର୍ଶନ ଏବଂ ରିପୋର୍ଟ...

ଧାମରା ସରକାରୀ ମେଡିକାଲରେ ଖୋଲିବ ଇଏସଆଇସି ମେଡିକାଲ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ପରିଦର୍ଶନ ଏବଂ ରିପୋର୍ଟ ପ୍ରଦାନ

24

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଠାରେ ଏକ ଇଏସଆଇସି ମେଡିକାଲ ଖୋଲିବାକୁ ବହୁଦିନ ହେଲା ଭାରତୀୟ ମଜଦୁର ସଂଘ (ବିଏମଏସ)ଦାବୀ କରି ଆସୁଥିଲା । ଏଥିପାଇଁ ଦୀର୍ଘ ଦିନ ହେବ ବିଏମଏସ ଭୂବନେଶ୍ୱର ଠାରେ ଥିବା ଇଏସଆଇସି ନିର୍ଦ୍ଦେଶକଙ୍କ ନିକଟରେ ବହୁବାର ଧାମରା ବନ୍ଦର(ଆଦାନୀ) କର୍ମଚାରୀଙ୍କ ପାଇଁ ଏକ ମେଡିକାଲ ଖୋଲିବାକୁ ଦାବୀପତ୍ର ମଧ୍ୟ ଦେଇଥିଲେ । ଭୁବନେଶ୍ୱର ଆଂଚଳିକ ନିର୍ଦ୍ଦେଶକ ଏହି ଦାବୀପତ୍ରକୁ ବିଚାରକୁ ନେଇ ଧାମରା ବନ୍ଦର ଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏକ ମେଡିକାଲର ଜରୁରୀ ଥିବା କଥା ଦିଲ୍ଲୀଠାରେ ଥିବା ଇଏସଆଇସି ର ମହାନିର୍ଦ୍ଦେଶକଙ୍କୁ ଜଣାଇଥିଲେ । ଗତ ଅଗଷ୍ଟ ମାସରେ ଇଏସଆଇସିର ମହାନିର୍ଦ୍ଦେଶକ ଧାମରା ଠାରେ ଏକ ଚିକିତ୍ସାଳୟ ଖୋଲିବା ପାଇଁ ଜାଗା ଚିହ୍ନଟ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି କରିବା ସହ ଏକଶହ ବେଡ ଚିକିତ୍ସାଳୟ ପାଇଁ ଇଏସଆଇସି ୭୦କୋଟି ଟଙ୍କା ବ୍ୟୟ ବରାଦ କରିଛି । ଏଥିପାଇଁ ରାଜ୍ୟ ସରକାର ଧାମରା ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ନରସିଂହପ୍ରସାଦ ମୌଜାରେ ସରକାରୀ ଜମି ଚିହ୍ନଟ ହେବା ସହ ଏହି ଜମିର ସମସ୍ତ କାଗଜାତ ଜିଲ୍ଲା ପ୍ରଶାସନକୁ ପଠାଇ ଦିଆ ଯାଇଛି । ଜିଲ୍ଲା ପ୍ରଶାସନ ଏହି ଜମିକୁ କେନ୍ଦ୍ର ସରକାରଙ୍କ(ଇଏସଆଇସି) ନାମରେ ନାମିତ କରିବା ପରେ ଏହି ଜମିରେ କେନ୍ଦ୍ର ସରକାରଙ୍କ ଇଏସଆଇସିର ମେଡିକାଲ କାର୍ଯ୍ୟ ଆରମ୍ଭ ହେବ ।

ଏହି ଚିକିତ୍ସାଳୟ ନିର୍ମାଣ ପରେ ରାଜ୍ୟସରକାର ମେଡିକାଲ/ପାରାମେଡିକାଲ ଷ୍ଟାଫ ପୋଷ୍ଟିଂ କରିବେ ଏବଂ ଏହି ମେଡିକାଲ/ପାରାମେଡିକାଲର ସମସ୍ତ ରକ୍ଷଣାବେକ୍ଷଣ ଏବଂ ଷ୍ଟାଫ ମାନଙ୍କର ଦରମା କେନ୍ଦ୍ର ସରକାରଙ୍କ ଇଏସଆଇସି କର୍ତୁପକ୍ଷ ବହନ କରିବେ । ଏଠାରେ ଉଲ୍ଲେଖଯୋଗ୍ୟ ବର୍ତ୍ତମାନ ପରିସ୍ଥିତିରେ ଧାମରା ବନ୍ଦର(ଆଦାନୀ) ମଧ୍ୟରେ ୩ହଜାରରୁ ଉର୍ଦ୍ଧ ଷ୍ଟଫ କାର୍ଯ୍ୟରତ । ଏହି ଷ୍ଟାଫ ମାନେ ନିଜ ଦରମାରୁ ୪ଶତାଂଶ ଇଏସଆଇସି କୁ ପ୍ରଦାନ କରି ଆସୁଥିବା ବେଳେ ଇଏସଆଇସି ସେବା ପ୍ରଦାନରୁ ବଂଚିତ ହୋଇ ଆସୁଥିଲେ । ଏହାର ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ଏବଂ ଧାମରା ପୋର୍ଟ ଓାର୍କସ ୟୁନିୟନ ଏହି ଷ୍ଟାଫ ମାନଙ୍କ ପାଇଁ ଏକ ମେଡିକାଲ ଖୋଲିବାକୁ ଦାବୀ କରି ଆସୁଥିଲେ ।ଏହି ଯାଗା ଚିହ୍ନଟ ଏବଂ ସେହି ସ୍ଥାନରେ ମେଡିକାଲ ହେବା ପର୍ଯ୍ୟନ୍ତ ବର୍ତ୍ତମାନ ଠାରୁ ଧାମରା ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ) ଠାରେ ଏହି ଇଏସଆଇସି ମେଡିକାଲ ତାର ରୋଗୀ ଦେଖା କାର୍ଯ୍ୟ ଆରମ୍ଭ କରିବ । ଏଥି ପାଇଁ ଭଦ୍ରକ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶରେ ଚାନ୍ଦବାଲି ତହସିଲଦାର ଅସ୍ୱିନୀ ଭୂୟାଁ ଏବଂ ଅତିରିକ୍ତ ତହସିଲଦାର ଠାକୁର ଦାସ ନାୟକ ଆସି ଧାମରା ମେଡିକାଲ ଏବଂ ଆଦାନୀ ମେଡିକାଲ ବୁଲି ଦେଖିବା ପରେ ଏହାର ସମସ୍ତ ତଥ୍ୟ ଭଦ୍ରକ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଭଦ୍ରକ ଜିଲ୍ଲାପାଳ ଏହି ବିଷୟରେ ଆଂଚଳିକ ନିର୍ଦେଶକ ଇଏସଆଇସି ଭୂବନେଶ୍ୱରକୁ ପ୍ରଦାନ ମଧ୍ୟ କରିଛନ୍ତି । ଖୁବ ଶୀଘ୍ର ଧାମରା ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)ଠାରେ ଇଏସଆଇସି ର ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ଦିଆଯିବା ସହ ସେବା ଆରମ୍ଭ କରାଯିବ ବୋଲି ଜଣାଯାଇଛି । ଏହି ଖବର ଜଣା ପଡିବା ପରେ ଧାମରା ଠାରେ ଥିବା ବିଏମଏସର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଧାମରା ପୋଟ ଓାର୍କସ ୟୁନିୟନ ଇଏସଆଇସ କର୍ତ୍ତୃପକ୍ଷ ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.