Home ଜିଲ୍ଲା ପରିକ୍ରମା ଧାମରା ଥାନାଧିକାରୀଙ୍କ ବଦଳି ଦାବିକରି ଧାମରା ସୁରକ୍ଷା ମଂଚ ପକ୍ଷରୁ ଭଦ୍ରକ ଏସପିଙ୍କୁ ଦାବି ପତ୍ର...

ଧାମରା ଥାନାଧିକାରୀଙ୍କ ବଦଳି ଦାବିକରି ଧାମରା ସୁରକ୍ଷା ମଂଚ ପକ୍ଷରୁ ଭଦ୍ରକ ଏସପିଙ୍କୁ ଦାବି ପତ୍ର ପ୍ରଦାନ

31

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଥାନାଧିକାରୀଙ୍କ ବଦଳି ଦାବି କରି ଆଜି ଧାମରା ସୁରକ୍ଷା ମଂଚର ଏକ ଦଳ ଭଦ୍ରକ ଏସପିଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି। ପ୍ରାପ୍ତ ଘଟଣା ଅନୁଯାୟୀ ଦୀର୍ଘ ୪ବର୍ଷ ହେବ ଧାମରାରେ ଆଇନ ସୁରକ୍ଷା ବିପର୍ଯ୍ୟସ୍ତ ହୋଇ ପଡିଛି। ଦିନକୁ ଦିନ ଧାମରାରେ ଶହ ଶହ ଚୋରା କୋଇଲା ଗାଡି ସ୍ପଷ୍ଟ ଦିବା ଲୋକରେ କୋଇଲା ଚୋରା ଚାଲାଣ କରାଯାଉଥିବା ବେଳେ ଘରକୁ ଘର ଚୋରା ମଦର ଆସର ବଢି ବଢି ଚାଲିଛି। ଏଥିସହ ଅସାମାଜିକ କାର୍ଯ୍ୟକଳାପକୁ ସଂପୃକ୍ତ ଧାମରା ଥାନାଧିକାରୀ ନିୟନ୍ତ୍ରଣ ପରିବର୍ତେ ରଫାଦଫା କରୁଥିବା ଜଣାଯାଇଛି। ଯାହାଫଳରେ ଧାମରା ଅସାମାଜିକ ବ୍ୟକ୍ତିଙ୍କ ଆଡା ସ୍ଥଳ ବନି ଯାଇଛି। ଏହାଫଳରେ ଧାମରା, କଇଥଖୋଲା, ଦୋସିଙ୍ଗା ଅଂଚଳରେ ସାଧାରଣ ଜୀବନ ଧାରା ଅସ୍ତବ୍ୟସ୍ତ ହୋଇ ପଡିବା ସହ ସନ୍ଧ୍ୟା ସମୟରେ ଏହି ଅଂଚଳରେ ଝିଅ ବୋହୁ ମାନେ ମଧ୍ୟ ବଜାରକୁ ବାହାରିବା ସମ୍ଭବ ହୋଇ ପାରୁନାହିଁ। ଧାମରା ଥାନାଧିକାରୀ କେବଳ ନିଜର ମୁନାଫା କମାଇବା ବେଳେ ସାଧାରଣ ଲୋକଙ୍କ ସ୍ୱାର୍ଥ କୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ଉକ୍ତ ଦାବି ପତ୍ରରେ ଦର୍ଶାଯାଇଛି। ସଂପୃକ୍ତ ଥାନାଧିକାରୀ ସରକାରୀ କର୍ମଚାରୀ ହୋଇଥିବା ବେଳେ ୩୬ମାସରେ ବଦଳି ପାଇଁ ସରକାରଙ୍କ ନିର୍ଦେଶ ଥିବା ବେଳେ ସେ କେଉଁ ପରିସ୍ଥିତିରେ ଦୀର୍ଘ ୪ବର୍ଷ ହେବ ରାବଣରାଜ ଚଳାଇ ଆସୁଛନ୍ତି ତାହା ମଧ୍ୟ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହି ଦାବି ପତ୍ର ମାଧ୍ୟମରେ ଧାମରା ସୁରକ୍ଷା ମଂଚ ଦର୍ଶାଇଛି ଆସନ୍ତ ୭ଦିନ ମଧ୍ୟରେ ସଂପୃକ୍ତ ଥାନାଧିକାରୀଙ୍କ ବଦଳି କରା ନଗଲେ ସେମାନେ ଆସନ୍ତା ୧ତାରିଖ ଦିନ ଧାମରା ଥାନା ଆଗରେ ଗଣ ଧାରଣାରେ ବସିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ଧାମରା ସୁରକ୍ଷା ମଂଚ ପକ୍ଷରୁ ପ୍ରଦ୍ୱୀପ ରାଉତ, ବାପୁଜୀ ମାଝୀ, ସରୋଜ ଲେଙ୍କା, କାର୍ତିକ ଗୁଡିଆ, ଗଣେଶ ଖିଲାର ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି ଦାବିପତ୍ରର ଏକକିତା ନକଲ ପୁଲିସ ମହାନିର୍ଦେଶକଙ୍କ ଗୋଚରାର୍ଥେ ପ୍ରେରଣ କରାଯାଇଥିବା ଦର୍ଶାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.