Home ଜିଲ୍ଲା ପରିକ୍ରମା ଧାମରା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ନିଜ ଖର୍ଚରେ ନିର୍ମାଣ କଲେ ସମାଜସେବୀ କପିଳ

ଧାମରା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ନିଜ ଖର୍ଚରେ ନିର୍ମାଣ କଲେ ସମାଜସେବୀ କପିଳ

24

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଅଂଚଳରେ ଏକ ରାସ୍ତାକୁ ନିଜ ପାଣ୍ଠି ଖର୍ଚ କରି ନିର୍ମାଣ କରି ଚର୍ଚାକୁ ଆସିଛନ୍ତି ସମାଜସେବୀ କପିଳ ସାହୁ ।ପ୍ରାପ୍ତ ଖବରରୁ ଜଣାଯାଇଛି ବାଂଶଡା ପଂଚାୟତରେ ଥିବା ସରଆଡିଆ ଗ୍ରାମ୍ୟ ଉନ୍ନୟନ ରାସ୍ତା ଦୀର୍ଘ ଦିନ ହେବ ନିର୍ମାଣ ହୋଇ ନପାରିବାରୁ ଏହା ଯାତାୟତ ଉପଯୋଗୀ ହୋଇ ପାରୁ ନଥିଲା । ଏହି ରାସ୍ତା ଟି ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ । ଅଂଚଳବାସୀ ଏହି ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଏସଡିଓଙ୍କୁ ବହୁବାର କହିବା ପରେ କିଛି ସୁଫଳ ମିଳି ନଥିଲା । ଏହି ରାସ୍ତା ଦେଇ ବାଂଶଡା,ଧାମରା ଓ ଜାଗୁଳା ପଂଚାୟତର ବାସିନ୍ଦା ଯାତାୟତ କରନ୍ତି । ଦୀର୍ଘଦିନ ହେବ ଏହି ରାସ୍ତା ନିର୍ମାଣ ନହେବା ଫଳରେ ଏହି ରାସ୍ତା ଖାଲ ଖମାରେ ପୂର୍ଣ ହୋଇଥିଲା ଏପରିକି ଏହି ରାସ୍ତା ଦେଇ ବାଇକ ଆରୋହୀଙ୍କ ଠାରୁ ଆରମ୍ଭକରି ଆମ୍ବୁଲାନ୍ସ ମଧ୍ୟ ଯାତାୟତ କରି ପାରୁ ନଥିଲା । ଅଂଚଳରୁ ପ୍ରତିନିଧିତ୍ୱ କରୁଥିବା ଚାନ୍ଦବାଲି ବ୍ଲକର ଅଧ୍ୟକ୍ଷା ମାନସୀ ସାହୁ ମଧ୍ୟ ଏହି ରାସ୍ତା ନିର୍ମାଣ ପାଇଁ ବହୁବାର ଦାବୀ ଉଠାଇଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ପାଖରେ ପାଣ୍ଠି ଅଭାବ ଦର୍ଶାଇ ସେ ଏହି କଥାକୁ ଏଡାଇଯାଉଥିଲେ । ଆଜି ଅଂଚଳବାସୀଙ୍କ ଅନୁରୋଧକୁ ରକ୍ଷା କରି ସମାଜସେବୀ କପିଳ ସାହୁ ନିଜ ହାତ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଖର୍ଚ କରି ୬୫୦ ମିଟର ରାସ୍ତାକୁ ନିର୍ମାଣ କରି ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଆଜି ଏହି ରାସ୍ତା ନିର୍ମାଣ ହୋଇଯିବା ପରେ ଅଂଚଳବାସୀ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିବା ପରେ ସୁଫଳ ମିଳି ପାରୁ ନଥିବା ବେଳେ କିପରି ଜଣେ ସମାଜସେବୀ ନିଜ ଅଂଚଳରେ ନିଜ ପାଣ୍ଠି ଖର୍ଚ କରି ନିର୍ମାଣ କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇ ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.