Home ଜିଲ୍ଲା ପରିକ୍ରମା ଧାମରା ଅଂଚଳରେ ଚୋରୀ, ଡକାୟତି ରୋକିବ କିଏ!, ପୁଲିସ ପ୍ରଶାସନ ବନାମ ସାଧାରଣ ଜନତା, ଗୁଳି...

ଧାମରା ଅଂଚଳରେ ଚୋରୀ, ଡକାୟତି ରୋକିବ କିଏ!, ପୁଲିସ ପ୍ରଶାସନ ବନାମ ସାଧାରଣ ଜନତା, ଗୁଳି ମାଡ ଖାଇ ମୃତ୍ୟ ସହ ସଂଗ୍ରାମ

7

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ତଥା କେନ୍ଦ୍ରରେ ସରକାର ପୁନଃ ଗଠନ ହେବା ପରେ ମଧ୍ୟ ଆଜି ଭଳି ଦିନରେ ସାଧାରଣ ଜନତା ଙ୍କ ବୋଝ ସରକାରଙ୍କ ଉପରେ ବଢି ବଢି ଚାଲିଛି। ଗୋଟିଏ ପଟରେ ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖିଛନ୍ତି ବୋଲି କହୁଥିବା ବେଳେ ଅନ୍ୟ ପକ୍ଷରେ ଗୃହ ବିଭାଗ ଚିର ନିଦ୍ରାରେ। ଫଳରେ ସାଧାରଣ ଜନତା ଆଜି ଭଳି ଦିନରେ ଶାନ୍ତିରେ ନିଶ୍ୱାସ ମଧ୍ୟ ମାରି ପାରୁ ନାହାନ୍ତି। ଧାମରା ଅଂଚଳରେ ୩ଟି ଥାନା ଥିବା ସତ୍ୱେ ଧାମରା ଅଂଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି। ଗୋଟିଏ ସପ୍ତାହ ମଧ୍ୟରେ ଗୋଟିଏ ସ୍ଥାନରେ ଘର ମାଲିକଙ୍କୁ ରିଭଲଭର ଦେଖାଇ ଟଙ୍କା ଲୁଟ ହେବା ଘଟଣାର ୩ ଦିନ ପରେ ଏହି ଡକାୟତ ଗ୍ୟାଙ୍ଗ ପୁନଶ୍ଚ ଡକାୟତି ଯୋଜନା କରୁଥିବା ବେଳେ ସାଧାରଣ ଲୋକେ ଏହା ଭଣ୍ଡୁର କରି ଦେବାରୁ ଗୁଳିମାଡ ହୋଇଛି। ଫଳରେ ଧାମରା ଅଂଚଳ ଦିନକୁ ଅଶାନ୍ତ ହୋଇ ପଡିଛି। କରଞ୍ଜମାଳ ପଂଚାୟତ ଶଶିକାଦେଇପୁର ଠାରେ ଏହି ଡକାୟତ ଗ୍ୟାଙ୍ଗ ଜଣେ ଗୃହକର୍ତାଙ୍କୁ ରିଭଲଭର ଦେଖାଇ ଘର ଲୁଟ କରିଥିଲେ । ମାତ୍ର ସାଧାରଣ ଚାଷୀ ଘରେ କେବଳ ୫ହଜାର ଟଙ୍କା ଥିବା ବେଳେ ତାହାକୁ ମଧ୍ୟ ଏହି ଡକାୟତ ଗ୍ୟାଙ୍ଗ ଛାଡି ନଥିଲେ। ଏହି ଘଟଣା ବାଂଶଡା ଥାନା ଅଂଚଳରେ ଘଟିଥିବା ବେଳେ ପୁନଶ୍ଚ ଗତକାଲି ଧାମରା ଥାନା ଅଧିନ କଇଥଖୋଲା ପଂଚାୟତରେ ଏହି ଡକାୟତ ଗ୍ୟାଙ୍ଗ କୁ ବିରୋଧ କରିବାରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଡକାୟତ ମାନେ ଗୁଳି ଚଳାଇବାକୁ ପଛାଇ ନଥିଲେ। ଫଳରେ ସଂପୃକ୍ତ ବ୍ୟକ୍ତି ଙ୍କ ଗୋଟିଏ ଗାଲରେ ଗୁଳି ପଶି ଅନ୍ୟ ଗାଲ ଦେଇ ବାହାରି ଯାଇଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତି ନିଜ ମୃତ୍ୟୂ ସହ କଳିଙ୍ଗ ହସ୍ପିଟାଲରେ ସଂଗ୍ରାମରତ। ଏଭଳି ଘଟଣା ପରେ ପରିବାର କେବଳ ଥାନାରେ ପହଂଚି ଏକ ଲିଖିତ ଅଭିଯୋଗ କରୁଛନ୍ତି। ମାତ୍ର ପୁଲିସ କେବଳ ନୀରବଦ୍ରଷ୍ଟା।ଏଠାରେ ପ୍ରଶ୍ନ ଉଠେ ଏହି ଡକାୟତ ଗ୍ୟାଙ୍କ ସୁଦୂର ବାଲେଶ୍ୱର ଅଂଚଳର ବୋଲି (ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ)।

ଏହି ଡକାୟତ ଗ୍ୟାଙ୍ଗଟି ବାଲେଶ୍ୱର, ଖନ୍ତାପଡା, ସୋରୋ, ବାସୁଦେବପୁର ,ବାଂଶଡା ଏବଂ ଧାମରା ସାମୁଦ୍ରିକ ଥାନା ଅଂଚଳ ଦେଇ ଧାମରା ରେ ପ୍ରବେଶ କରୁଛନ୍ତି। ଏହି ଘଟଣା ଘଟିବାର କିଛି ସମୟ ମଧ୍ୟରେ ସମସ୍ତ ଥାନାକୁ ବେତାର ଯୋଗେ ସମସ୍ତ ରାସ୍ତା ସିଲ କରି ପୁଲିସ ପ୍ରଶାସନ ଛାନଭିନ କରୁଥିଲେ ମଧ୍ୟ ସାଧାରଣ ଜନତାଙ୍କୁ କୌଣସି ଜବାବ ଦେବାରେ ପୁଲିସ ସଫଳ ହୋଇ ପାରୁ ନାହିଁ। କଣ ଏହା ପୁଲିସ ପ୍ରଶାସନର ବିଫଳତା ଅଥବା ଜନତା ଙ୍କୁ ନ୍ୟାୟ ଦେବାରେ ପୁଲିସର ଟାଳଟୁଳ ନୀତି। ଏଭଳି ଘଟଣା ଘଟିବା ପରେ ମଧ୍ୟ ଜିଲ୍ଲା ପ୍ରଶାସନଙ୍କୁ ଅଙ୍ଗୁଳି ନିର୍ଦେଶ କରି ତୁରନ୍ତ ଦୋଷୀଙ୍କୁ ଦଣ୍ଡ ଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି। ଅନ୍ୟ ପକ୍ଷରେ ଗୃହ ବିଭାଗ ଆବଶ୍ୟକ ଅନୁଯାଇ ଅଫିସର ଏବଂ ଫୋର୍ସ ଦେଉ ନଥିବା ଜଣାଯାଇଛି। ଅନ୍ୟ ପକ୍ଷରେ ଗୋଟିଏ ଗୋଟିଏ ଥାନାକୁ ୧୦-୧୫ ଟି ପଂଚାୟତ ଦାୟିତ୍ୱ ଦିଆ ଯାଉଥିବା ବେଳେ ଆଉ କେଉଁଠି ଗୋଟିଏ ଗୋଟିଏ ପଂଚାୟତ ଗୋଟିଏ ଗୋଟିଏ ଥାନା ଅଧିନରେ ଅଛି। ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତୁରନ୍ତ ପୂର୍ବାଂଚଳ ଆଇ ଜିଙ୍କ ସହ ଯୋଗାଯୋଗ କରି ଏହି ସମସ୍ତ ସମସ୍ୟାର ଆଶୁ ସମାଧାନ କରିବାର ସମୟ ଆସିଛି । ନଚେତ ଆଗାମୀ ଦିନରେ ଆଇନ ଶୃଙ୍ଖଳା ବ୍ୟାଘାତ ହେଲେ ଏଥି ପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟୀ ରହିବ ବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.