Home Top News ଦେବୀ ମିଶ୍ର – ନୂଆ ବାଚସ୍ପତି !

ଦେବୀ ମିଶ୍ର – ନୂଆ ବାଚସ୍ପତି !

245

ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ହେବାକୁ ଯାଉଛନ୍ତି ଓଡିଶା ବିଧାନସଭାର ନୂତନ ବାଚସ୍ପତି। ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପାରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି। ତେଣୁ ବାଚସ୍ପତି ପଦ ପାଇଁ ଅନେକ ବିଜେଡି ନେତାଙ୍କ ନାମ ଶୁଣାଯାଉଥିଲା। ଶେଷରେ ଦେବୀ ମିଶ୍ରଙ୍କ ନାମରେ ମୋହର ଲାଗିଛି ବୋଲି ସୂତ୍ରରୁ ଜଣା ପଡିଛି।

ଦେବୀ ମିଶ୍ର ଉପକୂଳ ଓଡ଼ିଶାର ଜଣେ ଟାଣୁଆ ନେତା। ବିଜୁ ବାବୁଙ୍କ ଘନିଷ୍ଠ ଥିଲେ। ଜନତା ଦଳରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ଯୁବ ଜନତା ଦଳର ସଭାପତି ଥିଲେ। ୧୯୯୫ ମସିହାରେ ପ୍ରଥମ ଥର ପାଇଁ ବଡମ୍ବା ଆସନରୁ ଜନତା ଦଳ ଟିକଟ ପାଇ ବିଜୟ ଲାଭ କରିଥିଲେ। ୧୯୯୫ ମସିହାରେ କଂଗ୍ରେସ ଓଡ଼ିଶାରେ ସରକାର ଗଢିଥିଲା। ତେଣୁ ପ୍ରଥମ ନିର୍ବାଚନରେ ଓ କଂଗ୍ରେସ ହାୱା ବିରୁଦ୍ଧରେ ନିର୍ବାଚନ ଲଢ଼ି ବିଜୟ ହୋଇ ପାରିଥିଲେ ଦେବୀ ମିଶ୍ର। ଏହା ପରଠାରୁ ଅଦ୍ୟାବଧି ନିର୍ବାଚନରେ ବିଜୟ ଲାଭ କରିଆସୁଛନ୍ତି ସେ। ବିଜୁ ଜନତା ଦଳର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ ଦେବୀ ମିଶ୍ର। ୨୦୦୦ ମସିହାରେ ବିଜୁ ଜନତା ଦଳ ଓଡ଼ିଶାରେ ସରକାର ଗଢିଲା। କମଳା ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ (କ୍ୟାବିନେଟ ) ଓ ଦେବୀ ମିଶ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ (ରାଷ୍ଟ୍ରପାହ୍ୟା) ହୋଇଥିଲେ। ମାତ୍ର ଦୁଇ ବର୍ଷ ବ୍ୟବଧାନରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା ହେବାକୁ ପଡ଼ିଥିଲା। ୨୦୦୪ ନିର୍ବାଚନ ପାରେ ସେ ପୁନର୍ବାର ନବୀନ ପଟ୍ଟନାୟକଙ୍କ ଆସ୍ଥା ଭାଜନ ହୋଇ ପାରିଥିଲେ ଓ ଅବକାରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ ହୋଇଥିଲେ। ଏହା ପର ଠାରୁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇ ସୂଚାରୁ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ହାଇକମାଣ୍ଡ ତାଙ୍କୁ ଆଉ ମନ୍ତ୍ରୀ ନ କରାଇ ଦଳର ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ କରିଛନ୍ତି।

ଜଣେ ପୁରୁଖା ନେତା ହିସାବରେ ଦେବୀ ମିଶ୍ରଙ୍କ ଅନେକ ଅଭିଜ୍ଞତା ଅଛି। ବିଭିନ୍ନ ଦଳର ପୁରୁଖା ନେତାଙ୍କ ସହିତ ତାଙ୍କର ସୁସମ୍ପର୍କ। ତେଣୁ ବିଧାନସଭା ବାଚସ୍ପତି ଭାବରେ ସବୁ ଦଳ ସହିତ ସମନ୍ୱୟ ରକ୍ଷା କରି ସୂଚାରୁ ରୂପେ ଗୃହ ଚଳାଇ ପାରିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.