Home ଜିଲ୍ଲା ପରିକ୍ରମା ଦୀପ ତଳ ଅନ୍ଧାର, କେନାଲ ପାଶ୍ୱର୍ ଜମିକୁ ମାଡୁନି ଜଳ

ଦୀପ ତଳ ଅନ୍ଧାର, କେନାଲ ପାଶ୍ୱର୍ ଜମିକୁ ମାଡୁନି ଜଳ

12

ଭଦ୍ରକ, ୨୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଜଳସଂପଦ ବିଭାଗ ଅଧୀନରେ ଥିବା ଆଖୁଆପଦା ସବଡିଭିଜନ ମାନ୍ୟତା ପାଇବାର ଏକବର୍ଷ ବିତିଯାଇଥିଲେ ମଧ୍ୟ କେନାଲ ଗୁଡିକର ଅବସ୍ଥା ଯଥା ପୂର୍ବଂ ତଥା ପରମଂ ଭଳି ପଡିରହିଛି । ବର୍ଷାର ଦେଖାନଥିବାବେଳେ ୩ ନଂ ହାଇଲେବୁଲ କେନାଲ ଜଳରେ ଭର୍ତି ହୋଇଥିଲେ ମଧ୍ୟ ସୋଠର ମରାମତି ଓ ନାଳ ସଫେଇ ହେଉନଥିବାରୁ ଦୀପ ତଳ ଅନ୍ଧାର ହେବାଭଳି ମୁଖ୍ୟ କେନାଲ ପାଶ୍ୱର୍ ଜମିକୁ ପାଣି ମାଡିପାରୁନାହିଁ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ୨ କିମି ଦୂର ଦକ୍ଷିଣବାଡ ପଂଚାୟତର ବଣସାହି,ତୋଟାପଡା ସୋଠ ନିକଟରେ । ୩ ବର୍ଷ ହେଲା ଏଠାରେ ମାଟି ମୁଠେ ନପଡିବା ସହ ପାଇପ୍‌ର ମରାମତି ନହେବା ଯୋଗୁଁ ଜଳ ମାଡି ମାରୁନଥିବାର କହିଛନ୍ତି ଚାଷୀ ଆନନ୍ଦ ବାରିକ, ଗଉରା ସାହୁ, ହରିଶ୍ଚନ୍ଦ୍ର ବେହେରା, ସୁବାଷ ପାତ୍ର, ଘନଶ୍ୟାମ ଦାସ, ସୁଶାନ୍ତ ଜେନା, ଦୋଳଗୋବିନ୍ଦ ଦାସ, କୀର୍ତନ ବାରିକ ଓ ଉମାକାନ୍ତ ଦାସ । ଏଣୁ ଏହାର ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.