Home Top News ଦିଲ୍ଲୀ ଛାୱଲା ଗଣଦୁଷ୍କର୍ମ ଏବଂ ନୃଶଂସ ହତ୍ୟା ମାମଲା : ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ୍ ବିରୋଧରେ...

ଦିଲ୍ଲୀ ଛାୱଲା ଗଣଦୁଷ୍କର୍ମ ଏବଂ ନୃଶଂସ ହତ୍ୟା ମାମଲା : ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ୍ ବିରୋଧରେ ସୁପ୍ରିମକୋର୍ଟରେ ପୁନର୍ବିଚାର ସମୀକ୍ଷା ଆବେଦନ ମଞ୍ଜୁର

57

ନୂଆଦିଲ୍ଲୀ ୨୩-୧୧ (ଓଡ଼ିଆ ପୁଅ) ୨୦୧୨ ର ଚର୍ଚ୍ଚିତ ଚାୱଲା ଗ୍ୟାଙ୍ଗରେପ୍‌ ମାମଲାରେ ଗତ କିଛିଦିନ ତଳେ ଦୋଷୀଙ୍କୁ ଦୋଷମୁକ୍ତ କରାଯାଇଥିଲା। ଅର୍ଥାତ୍ ପୂର୍ବରୁ ଏହିମାମଲାରେ ତିନି ଜଣଙ୍କୁ ଦିଲ୍ଲୀ ହାଇକୋର୍ଟ ଏବଂ ନିମ୍ନ କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ସେମାନଙ୍କୁ ଫାଶୀଦଣ୍ଡ ଶୁଣାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ନଭେମ୍ବର ୭ ରେ ଏହି ତିନିଜଣ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏବେ ଏହି ମାମଲା ବିରୋଧରେ ସମୀକ୍ଷା ଆବେଦନକୁ ଅନୁମୋଦନ କରାଯାଇଛି। ଖବର ଅନୁଯାୟୀ, ଚାୱଲା ମାମଲାରେ ୩ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସମୀକ୍ଷା ଆବେଦନ ଦାଖଲ କରିବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଆବଶ୍ୟକ ଅନୁମୋଦନ ଦେଇଛି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀର ଚାୱଲାରେ ୨୦୧୨ରେ ୧୯ ବର୍ଷର ଯୁବତୀକୁ ଉଠାଇନେଇ ନୃଶଂସ ଭାବେ ଗଣଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିଲା। ଉକ୍ତ ମାମଲା ଫେବୃଆରୀ ୨୦୧୨ ର। ପୋଲିସ ଫାଇଲ ଅନୁଯାୟୀ, ଝିଅଟି ତାଙ୍କ ଅଫିସରୁ ଫେରୁଥିଲା। ତା’ପରେ ଦିଲ୍ଲୀର କୁଟୁବ ବିହାର ଅଞ୍ଚଳରୁ ତିନିଜଣ ବ୍ୟକ୍ତି ତାଙ୍କୁ ଅପହରଣ କରି ନେଇଥିଲେ। ଏହି ଅଭିଯୋଗରେ ପଶ୍ଚିମ ଦିଲ୍ଲୀର ଚାୱଲା ପୋଲିସ ଷ୍ଟେସନରେ ଅପହରଣ ମାମଲା ରୁଜୁ ହୋଇଥିଲା। ତା’ପରେ ଫେବୃଆରୀ ୧୩ ରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତାଙ୍କର କାର ମଧ୍ୟ ଜବତ କରାଯାଇଥିଲା। ସୂଚନାନୁସାରେ, ଏହି ଅପରାଧୀମାନେ ଉକ୍ତ ଯୁବତୀର ଆଖିରେ ଏସିଡ୍ ଡ଼ାଳିଦେଇଥିଲେ, ଯୁବତୀର ପ୍ରାଇଭେଟ ପାର୍ଟ୍ସରେ ଗରମ ଲୁହା ଚେଙ୍ଗ ଦେଇଥିଲେ ଏବଂ ଭଙ୍ଗା କାଚ ଭର୍ତ୍ତି କରିଦେଇଥିଲେ। ପରେ ହରିୟାଣାର ରେୱାଡ଼ୀ ଜିଲ୍ଲାର ରୋଡାଇ ଗାଁର ଏକ କ୍ଷେତରେ ଝିଅଟିର ବିକଳାଙ୍ଗ ମୃତଦେହ ମିଳିଥିବା ପୋଲିସ କହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.