Home ଜିଲ୍ଲା ପରିକ୍ରମା ତୁଳସୀଙ୍କ ସମନ୍ୱୟ ଭାବନା ଅତୁଳନୀୟ : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗରେ ତୁଳସୀ ଦାସ...

ତୁଳସୀଙ୍କ ସମନ୍ୱୟ ଭାବନା ଅତୁଳନୀୟ : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗରେ ତୁଳସୀ ଦାସ ଜୟନ୍ତୀ ଉପଲକ୍ଷେ ସାହିତ୍ୟ ଚର୍ଚା

176

ସମ୍ବଲପୁର ୧୧-୮ (ଓଡ଼ିଆ ପୁଅ) ହିନ୍ଦୀ ଭାଷାର ଶ୍ରେଷ୍ଠ କବି ତୁଳସୀଦାସ ଙ୍କ ସମନ୍ୱୟ ଭାବନା ଅତୁଳନୀୟ। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗରେ କବି ଗୋସ୍ୱାମୀ ତୁଳସୀ ଦାସ ଙ୍କ ଜୟନ୍ତୀ ଶ୍ରାବଣ ଶୁକ୍ଲ ପକ୍ଷ ସପ୍ତମୀ ରେ ଆୟୋଜିତ ସାହିତ୍ୟ ଚର୍ଚା କାର୍ଯ୍ୟକ୍ରମ ର ବକ୍ତାମାନେ ଏହା କହିଥିଲେ। ବିଭାଗାଧ୍ୟକ୍ଷ ଡ. ସଦନ କୁମାର ପାଲ ଅଧ୍ୟକ୍ଷତା କରି କହିଥିଲେ ଯେ ତୁଲସୀ ଦାସ ତାଙ୍କ ରଚନା ମାଧ୍ୟମରେ ଧର୍ମ, ସମାଜ ଏବଂ ଅଧ୍ୟ୍ୟାତ୍ମ ମଧ୍ୟରେ ଏମିତି ସମନ୍ୱୟ କରିଥିଲେ ତାହା ଆନ୍ୟତ୍ର ଦୁର୍ଲଭ। ତୁଳସୀ ଙ୍କ ରଚନା ର ଯେତିକି ଧାର୍ମିକ ମହତ୍ୱ ରହିଛି ସେତିକି ସାହିତ୍ୟିକ ଦୃଷ୍ଟି ରେ ମହତ୍ୱ ରହିଛି। ସହାୟକ ପ୍ରଫେସର ଡ.ଜ୍ୟୋତି ମିଶ୍ର ତୁଳସୀଦାସଙ୍କ ରଚନା ବିଷୟରେ ଆଲେଚନା କରି କହିଥିଲେ ଭକ୍ତିକାଳ କୁ ସେମିତି ସ୍ୱର୍ଣ ଯୁଗ କହା ନ ଯାଏ। ଏହା ପଛରେ ତୁଳସୀଦାସ ଙ୍କ ଭଳି କବି ମାନଙ୍କ ଅତୁଳନୀୟ ଯୋଗଦାନ ରହିଛି। ତୁଳସୀ ସାହିତ୍ୟ କୁ ବିଶ୍ୱ ସାହିତ୍ୟ ଶ୍ରେଣୀରେ ରଖା ଯାଏ। ଡ.ଦାଶରଥୀ ବେହେରା ତୁଳସୀ ଦାସଙ୍କ ରଚନା ବିଷୟରେ ଆଲୋଚନା କରି କହିଥିଲେ ଯେ ବର୍ତମାନ ପୀଢି ତାଙ୍କ ସମନ୍ୱୟ ଭାବନା ରୁ ପ୍ରେରଣା ନେବା ଉଚିତ। ମହାତ୍ମା ଗାନ୍ଧୀ ତୁଳସୀଦାସ ର ସାହିତ୍ୟରୁ ପ୍ରେରଣା ନେଇ ରାମରାଜ୍ୟର କଳ୍ପନା କରିଥିଲେ। ଆରମ୍ଭରେ ସାସ୍କୃତିକ ସଂପାଦକ ମନୋଜ ମେହେର ସ୍ୱାଗତ ଜଣାଇବା ସହିତ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଏହା ପରେ ପିଏଚଡି, ଏମଫିଲ, ପିଜି, ୟୁଜି ଛାତ୍ର-ଛାତ୍ରୀ ମାନେ ତୁଳସୀ ଦାସ ଙ୍କ ନିତି ବାଣୀ, ସମନ୍ୱୟ ଭାବନା, ସମାଜ ସୁଧାର, ଭାଷା, ତକ୍ରାଳୀନ ସ୍ତିତି, ତୁଳସୀଙ୍କ ରାମ, ମର୍ଯ୍ୟାଦା ପୁରୁଷୋତ୍ମ ରାମ, ନାରୀ ଭାବନା ଇତ୍ୟାଦି ବିଷୟରେ ଅଲୋଚନା କରିଥିଲେ। ଶେଷରେ ସାସ୍କୃତିକ ସହ ସଂପାଦକ ସୋନୁ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.