Home ଜିଲ୍ଲା ପରିକ୍ରମା ତିହିଡ଼ି ଥାନା ପୋଲିସ ବିରୁଦ୍ଧରେ ଏସ୍‌ପିଙ୍କୁ ଫେରାଦ, ନ୍ୟାୟ ମାଗିଲେ ପୀଡ଼ିତାଙ୍କ ପରିବାର

ତିହିଡ଼ି ଥାନା ପୋଲିସ ବିରୁଦ୍ଧରେ ଏସ୍‌ପିଙ୍କୁ ଫେରାଦ, ନ୍ୟାୟ ମାଗିଲେ ପୀଡ଼ିତାଙ୍କ ପରିବାର

11

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳା ତିହିଡ଼ି ଥାନା ଅନ୍ତର୍ଗତ ଓରାଳି ଗ୍ରାମର ଏକ ପରିବାର ମରଣାନ୍ତକ ଆକ୍ରମଣର ଶିକାର ହେବା ପରେ ତିହିଡ଼ି ଥାନାରେ କରିଥିବା ଅଭିଯୋଗରେ ପୋଲିସ ପଦକ୍ଷେପ ନ ନେବାରୁ ପରିବାର ଆଜି ଏସ୍‌ପିଙ୍କୁ ଭେଟି ତିହିଡ଼ି ପୋଲିସ ବିରୁଦ୍ଧରେ ଅଭିଯୋଗ କରିବା ସହିତ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି। ଓରାଳି ଗ୍ରାମର ଗାୟତ୍ରୀ ବେହେରାଙ୍କ ଅଭିଯୋଗ ଅନୁଯାୟୀ ଗତ ୨୯ ତାରିଖରେ ଉକ୍ତ ଗ୍ରାମର ଦୁର୍ଯ୍ୟୋଧନ ବେହେରା, ସୁନିତା ବେହେରା, ଜୟନ୍ତୀ ବେହେରା ଅନ୍ୟକିଛି ଲୋକଙ୍କ ସହିତ ମିଶି ପୂର୍ବ ଶତୃତା କାରଣରୁ ଗାୟତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଗାୟତ୍ରୀ ଗୁରୁତର ଆହତ ହୋଇ ଭଦ୍ରକ ମେଡ଼ିକାଲରେ ଭର୍ତି ହେବା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଚୁପ୍ ହୋଇ ବସିଥିବା ବେଳେ ଅଭିଯୁକ୍ତମାନେ ଖୁଲମଖୁଲା ବଜାରରେ ଘୁରି ବୁଲିବା ସହିତ ପୀଡ଼ିତାଙ୍କ ପରିବାରକୁ ନାନା ପ୍ରକାର ଧମକ ଦେଉଛନ୍ତି। ଏ ନେଇ ତିହିଡ଼ି ଥାନାକୁ ଅବଗତ କରାଯାଉଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଉନାହିଁ। ଯାହା ଫଳରେ ଗାୟତ୍ରୀ ଆଜି ପରିବାର ସହିତ ଏସ୍‌ପି ମନୋଜ ରାଉତଙ୍କୁ ଭେଟି ତିହିଡ଼ି ପୋଲିସର ଟାଳଟୁଳ ନୀତି ବିରୁଦ୍ଧରେ ଅବଗତ କରାଇବା ସହିତ ତାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି। ନ୍ୟାୟ ନମିଳିଲେ ଆଗାମୀ ଦିନରେ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.