Home ଜିଲ୍ଲା ପରିକ୍ରମା ତିନୋଟି ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି, ପୋଲିସର ତଦନ୍ତ

ତିନୋଟି ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି, ପୋଲିସର ତଦନ୍ତ

18

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅଂଚଳରେ ଏବେ ଚୋର ମାନେ ବେଶ ସକ୍ରିୟ ହୋଇଛନ୍ତି। କିଛିଦିନ ତଳେ ବିଭିନ୍ନ ଦେବା ଦେବୀ ଙ୍କ ମନ୍ଦିର ରେ ତାଲା ଭାଙ୍ଗି ଚୋରୀ ହେଉଥିବା ବେଳେ ଏବେ ଚୋର ମାନେ ବିଦ୍ୟାଳୟ ର ତାଲା ଭାଙ୍ଗି ଚୋରି କରିଥିବାର ଦେଖିବାକୁ ମିଳିଛି। ଏପରି ଏକ ଘଟଣା ଧୂଶୁରୀ ଥାନ ଅଂଚଳରେ ଦେଖିବାକୁ ମିଳିଛି।ଶୁକ୍ରବାର ବିଳମ୍ୱିତ ରାତିରେ ଧୁସୁରି ଥାନାର ବୟାଙ୍ଗଡିହି ପଂଚାୟତର ଛନ୍ଦାସାହି ସ୍ଥିତ ବୀଣାପାଣି ସରକାରି ଉପ୍ରା ବିଦ୍ୟାଳୟ ର ଅଫିସ ଓ ଶ୍ରେଣୀ ଗୃହ ର ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଚୋରୀ ହୋଇଚି।ସେହି ପରି ଉକ୍ତ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡି କେନ୍ଦ୍ରରତାଲାଭାଙ୍ଗି ଥିବାର ଅଭିଯୋଗ ହୋଇଚି।ଶନିବାର ସକାଳେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁବାସ ରାଉତ ପହଂଚିବା ପରେ ବିଦ୍ୟାଳୟ ରେ ତାଲା ଭଙ୍ଗା ଦେଖି ଥାନା ରେ ଅଭିଯୋଗ ପରେ ଘଟଣା ସ୍ଥଳ ରେ ପୋଲିସ ପହଂଚି ତଦନ୍ତ କରିଛନ୍ତି ।ସେହିପରି ଉକ୍ତ ପଂଚାୟତ ର ଉତ୍କଳମଣି ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ହାଇସ୍କୁଲ ଓ କୋଠାର ପଂଚାୟତ ର ନସଲାପୁର ପ୍ରାଥମିକ ବିଦ୍ୟାଳୟ ର ଗୋଟିଏ ରାତି ରେ ତାଲା ଭାଙ୍ଗି ମାଇକି, ହାଣ୍ଡି, ପାଲ, ଚାଉଳ କୁ ଚୋରମାନେ ନେଇଯାଇଛନ୍ତି। ପୋଲିସ ଘଟଣା ସ୍ଥଳେ ପହଂଚି ତଦନ୍ତ କରିଥିବା ବେଳେ ସନ୍ଧନୀ କୁକୁର ମଧ୍ୟ ପହଂଚିଛି। ସୁଚନ ଥାଉକି ଉକ୍ତ ଅଂଚଳ ରେ ଗୋଟେ ମାସେ ତଳେ ଏପରି ଚୋରୀ ହୋଇ ଥିବାବେଳେ ପୁଣି ମାସେ ପରେ ଏପରି ଚୋରି ବୃଦ୍ଧି ନେଇ ଲୋକମାନେ ଆତଙ୍କିତ ଅବସ୍ଥା ରେ ଅଛନ୍ତି । ଏନେଇ ଉକ୍ତ ଅଂଚଳରେ ପୋଲିସ ପେଟ୍ରଲିଙ୍ଗ କରିବାପାଇଁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.