Home ଓଡ଼ିଶା ଡେରାଡୁନ ରେ ସେକ୍ସ ରାକେଟର ପର୍ଦ୍ଦାଫାସ

ଡେରାଡୁନ ରେ ସେକ୍ସ ରାକେଟର ପର୍ଦ୍ଦାଫାସ

687

ନୂଆଦିଲ୍ଲୀ,୧୨/୦୯,(ଓଡ଼ିଆ ପୁଅ ପି ନାଏକ): ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ଚାଲିଥିବା ସେକ୍ସ ର୍ୟାକେଟ୍ ର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାସ୍ଥଳରୁ ଦଲାଲ ସମେତ ୭ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ କିଛି ଗ୍ରାହକ ମଧ୍ୟ ସାମିଲ ଅଛନ୍ତି । ଦଲାଲଙ୍କ କବଜାରୁ ହରିୟାଣା, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗର ୬ ପୀଡିତାଙ୍କୁ ଉଦ୍ଧାର କରାଯାଇଛି ।

ପୋଲିସର ସୂଚନା ଅନୁସାରେ ଏହି ରାକେଟ୍ କୁ ଅମିତ ଓରଫ ନୀତିନ ଦିଲ୍ଲୀରୁ ସଞ୍ଚାଳିତ କରୁଥିଲେ । ପୀଡିତାମାନଙ୍କୁ ସେ ବିଭିନ୍ନ ହୋଟେଲ ଏବଂ ଗେଷ୍ଟହାଉସ୍ ରେ ଛାଡିଆସୁଥିଲା ।

ରାଜଧାନୀରେ ଦିଲ୍ଲୀରେ ବିଭିନ୍ନ ହୋଟେଲ ଏବଂ ଗେଷ୍ଟ ହାଉସ୍ ରେ ସେକ୍ସ ରାକେଟ୍ ଚାଲିଥିବା ନେଇ ଅଭିଯୋଗ ହେବା ପରେ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରିଛି । ଏହି ଟିମ୍ ରେ ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ସହ ଜଡିତ ଥିବା ପୋଲିସ ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.