Home ଜିଲ୍ଲା ପରିକ୍ରମା ଡଗମୁଣ୍ଡ କୁଷ୍ଠ କଲୋନିରେ କମ୍ବଳ ବଣ୍ଟନ

ଡଗମୁଣ୍ଡ କୁଷ୍ଠ କଲୋନିରେ କମ୍ବଳ ବଣ୍ଟନ

22

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ବରପଦା ସ୍ଥିତ ମା’ ଶିଦ୍ଧଦୁର୍ଗା ଚେରୀଟେବୁଲ ଟ୍ରଷ୍ଟ ପକ୍ଷରୁ ଅସହାୟ ଗରିବ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସ୍ଥାନୀୟ ଡଗମୁଣ୍ଡ ସ୍ଥିତ କୁଷ୍ଠ କଲୋନିରେ ଆୟୋଜିତ କାର୍ଯ୍ୟକ୍ରମକୁ ଟ୍ରଷ୍ଟ ସଭାପତି ଭରତ ବାରିକ ପରିଚାଳନା କରିଥିଲେ । ପ୍ରଥମାଷ୍ଟମୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାନ୍ଦିଆର ପୂର୍ବତନ ସରପଞ୍ଚ ମନୋରଞ୍ଜନ ପୁହାଣ, ସମାଜ ସେବୀ ଅସିତ୍ ସ୍ୱାଇଁ, ଦିପ୍ତିକାନ୍ତ ମହାପାତ୍ର, ପିଣ୍ଟୁ ପାଣିଗ୍ରାହୀ, ସୁବାଷ ଖୁଣ୍ଟିଆ ଅତିଥି ଭାବେ ଯୋଗ ଦେଇ ଟ୍ରଷ୍ଟର ସାମାଜିକ କାର୍ଯ୍ୟ ଉପରେ ଆଲୋକପାତ କରି ଗରିବ ଓ ଦୁସ୍ଥ ଲୋକଙ୍କୁ ଶୀତ ଦାଉରୁ ରକ୍ଷା ନିମନ୍ତେ କମ୍ବଳ ବଣ୍ଟନ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ୫୦ଜଣ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଜିତେନ୍ଦ୍ର ବେହେରା, ସୁଶାନ୍ତ ବେହେରା, ବସନ୍ତ ବାରିକ ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶ ଥାଉକି ମା’ ଶିଦ୍ଧ ଦୁର୍ଗା ଚେରୀଟେବୁଲ ଟ୍ରଷ୍ଟ ବିଭିନ୍ନ ସମୟରେ ରୋଗୀ ସେବା, ପାଠ ଉପକରଣ ବଣ୍ଟନ ଓ ଶୀତ ବସ୍ତ୍ର ବଣ୍ଟନ ଆଦି କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ସଂପୃକ୍ତ ଅଞ୍ଚଳରେ ଅଗ୍ରଣୀ ସାମାଜିକ ସଂଗଠନ ଭାବେ ଉଭା ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.