Home କବିତା ଜୀବନ ସଳିତା

ଜୀବନ ସଳିତା

104

ଜୀବନ ସଳିତା ଯାଉଛି ଜଳି
ତଥାପି ଚାହୁଁନି କାହାର ମେଳି
ଆଲୋକର ସୁଖ ଦେଇ ନିଜେ ଯାଉଛି ଜଳି
ଜଳି ଚାଲିଛି ଚାଲିଥିବ ନଶଦ୍ଦ ନିସ୍ତେଜ ହୋଇ ।।
ନିଜର ବେଦନା ନିଜେ ଆପଣାଇଛି
ଜଳି ଚାଲିଛି ନକହି କାହାକୁ କିଛି
ଜନମ୍ ତାହାର ଜଳିବା ପାଇଁ କି
ମରମ ମନର ତା’ର ନ ଜାଣନ୍ତି କେହି ।।
ଘିଅ ତେଲ ଢ଼ାଳି ଚାଲିଥାନ୍ତି ତାକୁ ଜଳାଇ
ସେ କେହି ଆଉ ନାହେଁ ନାରୀ ଟିଏ ସେହି
ସବୁ ସରିଯାଏ ପୁଣି ସଭିଙ୍କୁ କରେ ନିଜର
ଅପମାନିତ ଓ ନିନ୍ଦିତ ହୁଏ ସେ ପ୍ରତ୍ୟେକ ଥର ।।
ହେ ଜଗତ ଠାକୁର ଜଗତ ଈଶ୍ୱର
ଶୀତଳତା ପ୍ରଦାନ ତାକୁ କର ଏଥର
ଯନ୍ତ୍ରଣା ପୀଡାକୁ ଆପଣା କରିଛି
ସୁଖର ମଧୁ ସମସ୍ତଙ୍କୁ ବାଣ୍ଟି ଚାଲିଛି ।।
ଭକତି ରଖି ତୁମ ଚରଣେ,
ଲିଭିବା ଯାଏଁ ଜଳୁଥିବ ଭକତି କରେ ।

– ନମିତା ମହାନ୍ତ, କେନ୍ଦୁଝର

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.