Home ଜିଲ୍ଲା ପରିକ୍ରମା ଜୀବନବିନ୍ଦୁରେ ୨୬ ୟୁନିଟ୍ ରକ୍ତ ସଂଗ୍ରହ

ଜୀବନବିନ୍ଦୁରେ ୨୬ ୟୁନିଟ୍ ରକ୍ତ ସଂଗ୍ରହ

146

ନୟାଗଡ଼, ୨୦ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ରକ୍ତ ଭଣ୍ଡାରରେ ସୋମବାର ବିଭିନ୍ନ ସ୍ୱେଚ୍ଛାସେବୀମାନେ ନୟାଗଡ଼ ରକ୍ତଭଣ୍ଡାରକୁ ୨୬ ୟୁନିଟ ରକ୍ତ ଦାନ କରିଛନ୍ତି। ବିଜୁ ଜନତା ଦଳର ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସିନ୍ଦୁରିଆ ଗ୍ରାମ ପଂଚାୟତର ସ୍ୱେଚ୍ଛାସେବୀମାନେ ୯ୟୁନିଟ ରକ୍ତ ଦାନ କରିଥିଲାବେଳେ ଘଡ଼ୁଆଳ ଗ୍ରାମ ପଂଚାୟତର ୮ ୟୁନିଟ୍‌, ଇଟାମାଟି ଗ୍ରାମ ପଂଚାୟତର ୬ ୟୁନିଟ୍ ରକ୍ତ ଓ ଲେଙ୍କୁଡ଼ିପଡ଼ାର ସ୍ୱେଚ୍ଛାସେବୀ ୧ ୟୁନିଟ ରକ୍ତ ଦାନ କରିଥିଲେ। ଲକ ଡାଉନ ସମୟରେ ନୟାଗଡ଼ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିବା ନୟାଗଡ଼ର ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଉପଲବ୍ଧି କରି ରକ୍ତ ସଂଗ୍ରହ ଉପରେ ଧ୍ୟାନ ଦେଇଛନ୍ତି। ଗତ ୧୫ ତାରିଖରୁ ଏହି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏହା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ ଡ.ସାହୁ କହିଛନ୍ତି। ସ୍ୱେଚ୍ଛାସେବୀମାନେ ସ୍ୱେଚ୍ଛାକୃତଭାବେ ନୟାଗଡ଼ ରକ୍ତ ଭଣ୍ଡାରକୁ ଆସି ରକ୍ତ ଦାନ କରିବା ପାଇଁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.