Home କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ନିଯୁକ୍ତିମେଳା ପାଇଁ ପ୍ରସ୍ତୁତି କମିଟି ବୈଠକ

ଜିଲ୍ଲା ସ୍ତରୀୟ ନିଯୁକ୍ତିମେଳା ପାଇଁ ପ୍ରସ୍ତୁତି କମିଟି ବୈଠକ

145

କେନ୍ଦ୍ରାପଡା ୨୨/୧ – (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ପ୍ରସ୍ତୁତି କମିଟି ବୈଠକ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲା କାର୍ଯ୍ୟାଳୟ ଓସୱାନ ଭିଡିଓ କନଫରେନ୍ସ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉବନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ଓ ଜିଲ୍ଲା ନିୟୋଜନ ଅଧିକାରୀ ଅଜୟ କୁମାର ଦାସ ଯୋଗଦେଇ ନିଯୁକ୍ତି ମେଳାର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଆସନ୍ତା ଫେବୃୟାରୀମାସ ୧୪ତାରିଖରେ ଜିଲ୍ଲା ସଦର ମହକୁମାସ୍ଥିତ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏହି ମେଳାରେ ଜିଲ୍ଲାର ୯ଟି ବ୍ଲକର ୨ହଜାରରୁ ଅଢେଇ ହଜାର ବେକାର ଯୁବକଯୁବତୀମାନଙ୍କୁ ବିଭିନ୍ନ ବେସରକାରୀ ସଂସ୍ଥାରେ ନିଯୁକ୍ତି ଭିତିକ ପ୍ରଶିକ୍ଷଣ ତଥା ନିଯୁକ୍ତି ଦେବା ନିମନ୍ତେ ଚୟନ କରାଯିବ। ନିଯୁକ୍ତି ମେଳାରେ ୨୫ଟି ବିଭିନ୍ନ ବେସରକାରୀ ନିଯୁକ୍ତିଦାତା ସଂସ୍ଥା ଏବଂ ୧୦ଟି ନିଯୁକ୍ତି ଭିତିକ ପ୍ରଶିକ୍ଷଣ ସଂସ୍ଥା ଯୋଗଦେବେ। ନିଯୁକ୍ତି ମେଳାରେ ୧୮ରୁ ୩୫ବର୍ଷ ବୟସର ପଂଚମ ଶ୍ରେଣୀ ଠାରୁ ସ୍ନାତକ ଡିଗ୍ରୀଧାରୀ ପର୍ଯ୍ୟନ୍ତ ଏବଂ ଡିପ୍ଲୋମା ଧାରୀ ବେକାର ଯୁବକଯୁବତୀମାନେ ବହୁଳ ଭାବରେ ନିଯୁକ୍ତି ମେଳାରେ ଯୋଗଦେବେ। ପ୍ରତ୍ୟେକ ବ୍ଲକରେ ଯେପରି ଦୁର୍ଗମ ଅଚଂଳର ବେକାର ଯୁବକଯୁବତୀମାନେ ଯେପରି ନିଯୁକ୍ତି ମେଳାରେ ଯୋଗଦେବେ ସେଥିପାଇଁ ଗ୍ରାମପଂଚାୟତର ସରପଂଚ, ୱାର୍ଡମେମ୍ବରମାନଙ୍କ ଜରିଆରେ ତଥା ପଂଚାୟତ ବୈଠକରେ ସଚେତନତା କରାଯିବ।

ପ୍ରତ୍ୟେକ ବ୍ଲକର ସଦର ମହକୁମାରେ ବ୍ୟାନର ପୋଷ୍ଟର ମରାଯାଇ ପ୍ରଚାରପତ୍ର ବଂଟାଯିବ। ସେହିପରି ଜିଲ୍ଲା ସଦର ମହକୁମାର ଦୁହୁରିଆ, ଗରାପୁର, ପୁରୁଣା ବସଷ୍ଟାଣ୍ଡ, ଗୋପଛକ, ପଟ୍ଟାମୁଣ୍ଡାଇ ବସଷ୍ଟାଣ୍ଡ ପ୍ରଭୃତି ସ୍ଥାନରେ ହୋଡିଂ ଲଗାଯିବ। ପ୍ରତ୍ୟେକ ବ୍ଲକର ବିଡିଓଙ୍କ ସୁପାରିଶ କ୍ରମେ ଦିବ୍ୟାଙ୍ଗ ଯୁବକଯୁବତୀମାନଙ୍କ ଯାତାୟତ ପାଇଁ ଯାନର ବ୍ୟବସ୍ଥା କରାଯିବା ସହ ଓରମାସ ଏବଂ ଡି.ଡି.ଜି.କେ.ୱାଇ.ଯୁବକଯୁବତୀମାନଙ୍କୁ କର୍ମ ସଂସ୍ଥାନ ପାଇଁ ନିଯୁକ୍ତି ମେଳାରେ ଯୋଗଦେବା ନିମନ୍ତେ ଜିଲ୍ଲାପାଳ ୪୫ଟି ଷ୍ଟଲ ନିର୍ମାଣ କରାଯିବ। ନିଯୁକ୍ତି ମେଳାରେ ସ୍ୱଚାରୁରୂପେ ପାନୀୟ ଜଳ ଯୋଗାଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ନିଯୁକ୍ତି ମେଳା ପଡିଆ ସଫେଇ ଆଦି କାର୍ଯ୍ୟ ସମ୍ପାଦନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ନିଯୁକ୍ତିମେଳାର ତଦାରଖ ଓ ସୁପରିଚାଳନା ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ପରିଡାଙ୍କ ଅଧ୍ୟକ୍ଷତାରେ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଛି। ଏହି ନିଯୁକ୍ତି ମେଳାରେ ବେକାର ଯୁବକଯୁବତୀମାନେ ଆଗୁଆ ପଞ୍ଜିକରଣ ନିମନ୍ତେ ସଂପୃକ୍ତ ବ୍ଲକର ବିଡିଓଙ୍କ ଜରିଆରେ ୮ଦିନ ପୂର୍ବରୁ ନିଜର ନାମ ପଞ୍ଜିକରଣ କରିପାରିବେ। ଏହି ମେଳା ନିମନ୍ତେ ୩.୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ ଡା.ଉର୍ମିଳା ମିଶ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ସନ୍ତୋଷ କୁମାର ମିଶ୍ର, ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ଦାସ, ଭାରପ୍ରାପ୍ତ ସହକାରୀ ଅଗ୍ନିଶମ ଅଧିକାରୀ ଅଜୟ କୁମାର ମୁଦୁଲିଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.