Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

6

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନାରାୟଣ ଚନ୍ଦ୍ର ହାଇସ୍କୁଲ ପୁରୁଣାବଜାର, ଭଦ୍ରକ ଠାରେ ଜାତୀୟ ଆଇନ୍ ସେବା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସଚିବ ନେହା ଅଗ୍ରୱାଲ ଆଇନ୍‌ସେବା ପ୍ରାଧିକରଣ, ଭଦ୍ରକ ପରିଚାଳନା କରିଥିଲେ। ପିଲାମାନଙ୍କ ଦ୍ୱାରା ଅଭିନିତ ଆଇନ୍ ସମ୍ବନ୍ଧିତ ନାଟକ ବେଶ୍ ଶୀକ୍ଷଣୀୟ ହୋଇଥିଲା। ଏଥି ଉପଲକ୍ଷେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପ୍ରତିଯୋଗୀଙ୍କୁ ମଧ୍ୟ ଉତ୍ସାହିତ କରାଯାଇ ପ୍ରାଇଜ ପ୍ରଦାନ କରାଯାଇଥିଲା। ତତ୍ ସହିତ ଅଭିନୟ କରିଥିବା ଛାତ୍ର/ଛାତ୍ରୀମାନଙ୍କୁ ମଧ୍ୟ ଉତ୍ସାହିତ କରାଯାଇ ପ୍ରାଇଜ୍ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ନେପାଳ ଚନ୍ଦ୍ର ଦାସ ସଦସ୍ୟ ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତ, ଭଦ୍ରକ ଡଃ ତାପସ କୁମାର ମହାନ୍ତି, ସହାୟକ, ଏଲ.ଏ.ଡି. ଭଦ୍ରକ, ଶିକ୍ଷକ ନିତ୍ୟାନନ୍ଦ ରାଉତ, ଶିକ୍ଷୟିତ୍ରୀ ସରସ୍ୱତୀ ନାୟକ, ଶିକ୍ଷୟିତ୍ରୀ ପାର୍ବତୀ ହାଁସଦା, ଶିକ୍ଷୟିତ୍ରୀ ଜ୍ୟୋର୍ତିମୟୀ ଦାସ, ନାରାୟଣ ଚନ୍ଦ୍ର ହାଇସ୍କୁଲ, ଭଦ୍ରକ ପ୍ରମୁଖ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମକର୍ତା ସଂପୂର୍ଣ୍ଣ ସହଯୋଗରେ କାର୍ଯ୍ୟକମିଟି ସଫଳ ହୋଇଥିଲା। ପିଲାମାନଙ୍କୁ ଆଇନ୍ ସମ୍ବନ୍ଧୀୟ ସମସ୍ତ ଶିକ୍ଷଣୀୟ କଥା ପିଲାମାନଙ୍କୁ ବୁଝାଇ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୁଅନ୍ତୁ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.