Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାକାରାଗାରରେ ଧନ୍ଦାମୂଳକ ତାଲିମ୍ ପ୍ରଦାନ

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାକାରାଗାରରେ ଧନ୍ଦାମୂଳକ ତାଲିମ୍ ପ୍ରଦାନ

5

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲା କାରାଗାର ଭଦ୍ରକରେ ରହୁଥିବା ଅନ୍ତେବାସୀମାନଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାଆଇନ୍‌ସେବା ପ୍ରାଧିକରଣର ସଚିବ ପୂଣ୍ୟଶ୍ଲୋକ ରଥଙ୍କ ତତ୍ୱାବଧାନରେ ଏଲିଡ଼ି ବଲ୍‌କୁ ମରାମତି ସମ୍ବନ୍ଧୀୟ ତାଲିମ ଦିଆଯାଇଥିଲା । ଜିଲ୍ଲା କାରାଗାରରେ ଜୀବନ ଅତିବାହିତ କରୁଥିବା ଅନ୍ତେବାସୀମାନେ ଅର୍ଥାତ୍ କଏଦୀମାନେ ଏହି ପ୍ରକାର ଧନ୍ଦାମୂଳକ ତାଲିମ ଶିକ୍ଷା ଦେଇ ଜେଲରୁ ମୁକୁଳିବା ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲି ହେବା ପାଇଁ ନିଶ୍ଚୟ ସହାୟକ ହେବ ତଥା ନିଜର ଜୀବିକା ଅର୍ଜନରେ ମଧ୍ୟ ପୂର୍ଣର୍ ସହାୟ ହେବ । ଏଥିପାଇଁ ସବୁବର୍ଗର ଅନ୍ତେବାସୀମାନଙ୍କୁ ଆଗକୁ ଜଣେ ଜଣେ ସୁନାଗରିକ ହେବା ପାଇଁ ତଥା ନିଜେ ଏକ ସଠିକ ଏବଂ ଉତମ ମଣିଷଟିଏ ହୋଇ ସମାଜରେ ଠିଆ ହେବା ପାଇଁ ସମସ୍ତେ ମତବ୍ୟକ୍ତ କରିଥିଲେ । ଏହି ତାଲିମ ଶିକ୍ଷା ଦକ୍ଷତା ଅଧିକାରୀ ଅନିତା ନାୟକ, ସହଯୋଗ ଜିଲ୍ଲା ଦକ୍ଷତା ବିକାଶକେନ୍ଦ୍ରର ଭିନିତ ଶେଖର, ପ୍ରକାଶ ବେହେରା, ଜିଲ୍ଲା କାରାଗାରର ଜେଲର ଚେତନାପାତ୍ର ତଥା ଅନ୍ୟାନ୍ୟ କାରାଗାର ଅଧିକାରୀମାନେ ପ୍ରମୁଖ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିଲେ ଏବଂ ଅନ୍ତେବାସୀମାନଙ୍କୁ ଏଲ୍‌.ଇ.ଡ଼ି. ବଲବ୍‌କୁ କେମିତି ମରାମତି କରି ପୁନଃ ଆଲୋକ ପ୍ରଦାନ କରିବ ସେହି ପ୍ରକାର ତାଲିମରେ ଶିକ୍ଷା ଦିଆଯାଇଥିଲା । ପ୍ରଶିକ୍ଷକ ମଧ୍ୟ ଏକ ଫ୍ୟୁଜ୍ ବଲ୍‌ବକୁ ପୁନର୍ବାର ମରାମତି କରି ବଲ୍‌ବଟିକୁ ଆଲୋକିତ କରାଇ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.