Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ଜିଲାସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

71

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଓ ଭାଗ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଜମାକାରୀ ଏବଂ ଅନ୍ୟ କ୍ଷେତ୍ରରେ ବ୍ୟାଙ୍କରୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ କୃଷି ପାଇଁ ବିଭିନ୍ନ ଋଣ ପାଇଥିବା ଚାଷୀଙ୍କୁ ନେଇ ରାଜ୍ୟ ସରକାରଙ୍କର ପ୍ରୟୋଜିତ ଜିଲାସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସ୍ଥାନୀୟ ସହୀଦ ସ୍ମୃତି ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଗଣେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ସମ୍ମାନିତ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବ୍ୟାଙ୍କର ଉପ ସଭାନେତ୍ରୀ ରଂଜିତା ସିଂ, ଯୁଗ୍ମ ସଚିବ କୁଳମଣି ପାଢୀ, ସୀତାକାନ୍ତ, ବାଲେଶ୍ୱରର ଉପନିବନ୍ଧକ କରୁଣାକର ମାଝୀ, ଜିଲା ନାବାର୍ଡ ଅଧିକାରୀ ଜିତେନ୍ଦ୍ର ସାହୁ, ବ୍ୟାଙ୍କର ସମସ୍ତ ନିର୍ଦ୍ଦେଶକ/ନିର୍ଦ୍ଦେଶିକା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ଦାସ ଉପସ୍ଥିତ ଥିଲେ। ଉକ୍ତ କର୍ମଶାଳାରେ ଜିଲାର ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ ଚେକ୍ ପ୍ରଦାନ କରାଗଲା। ଏବଂ ୨ଟି ମୃତ ଚାଷୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଗଲା। ମୁଖ୍ୟମନ୍ତ୍ରୀ କୃଷି ଯୋଜନା ଅନୁଯାୟୀ ଭଣ୍ଡାରିପୋଖରୀ ଅଂଚଳର ଜଣେ ମହିଳା ଋଣୀଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଗଲା। ଏହି କାର୍ଯ୍ୟକ୍ରମକୁ ଭଦ୍ରକର ନିର୍ଦ୍ଦେଶକ ପ୍ରକାଶଜ୍ୟୋତି ମହାକୁଡ ଓ ଯୋଗେନ୍ଦ୍ର କୁମାର ଘଡେଇ ସୂଚାରୁ ରୂପେ ସଂପନ୍ନ କରିଥିବାରୁ ସେମାନଙ୍କୁ ଅତିଥିମାନେ ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ନିବନ୍ଧକ ଭଦ୍ରକର ସଦାନନ୍ଦ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.