Home କୋରାପୁଟ ଜିଲାପାଳ କାର୍ଯ୍ୟାଳୟର ବରିଷ୍ଠ ଷ୍ଟେନୋଙ୍କ ଦେହାନ୍ତ

ଜିଲାପାଳ କାର୍ଯ୍ୟାଳୟର ବରିଷ୍ଠ ଷ୍ଟେନୋଙ୍କ ଦେହାନ୍ତ

80

କୋରାପୁଟ;ତା୦୨-୦୮-୧୯(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲାପାଳ କାର୍ଯ୍ୟାଳୟର ବରିଷ୍ଠ ଷ୍ଟେନୋ ପ୍ରବୀଣ କୁମାର ପାଲ(୫୧)ଙ୍କର ଗୁରୁବାର ରାତିରେ ଦେହାନ୍ତ ହୋଇଛି । ସେ କିଛି ଦିନ ହେଲା କିଡନୀ ରୋଗରେ ପୀଡିତ ଥିଲେ । ଏମସ ଭୂବନେଶ୍ୱରରେ ଚିକିସôିତ ହେବା ପରେ ବରଗଡ ଜିଲା ମୁଖ୍ୟ ହସ୍ପିଟାଲରେ ଡାଇଲେସିସ୍ ଚାଲିଥିବାବେଲେ ଗତକାଲି ରାତିରେ ମୃତ୍ୟୁ ହୋଇଥିଲା । ଖବର ପ୍ରଚାର ହେବା ପରେ କୋରାପୁଟରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ପ୍ରବୀଣ କୁମାର ପାଲଙ୍କ ସ୍ମୃତିରେ ଜିଲାପାଳ ଅଫିସରେ ଏକ ଶୋକସଭା ଆୟୋଜିତ ସହ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । କୋରାପୁଟ ଜିଲାପାଳ ଡା.ପୋମା ଟୁଡୁ,ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ,ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଦଶକ ମହେଶ୍ୱର ଚନ୍ଦ୍ର ନାୟକ,ଜିଲ୍ଲା ଯୋଜନା ଓ ତଦାରଖ ୟୁନିଟର ଅଧିକାରୀ ଲକ୍ଷ୍ମିଧର ବିଶ୍ୱାଲ ,ଭାରପ୍ରାପ୍ତ ଡିଆଇପିଆରଓ ପ୍ରଧାନ ଟୁଲି ଆମ୍ମା,ସହକାରୀ ଜିଲାପାଳ ଦୀପ୍ତି ପ୍ରଧାନ,ଜିଲା ଜରୁରୀ କାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ,କୋରାପୁଟ ପୌର ପରିଷଦ ନିବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ଓ ଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.