Home ଓଡ଼ିଶା ଜମ୍ମୁ ରାଜ୍ୟପାଳଙ୍କୁ ଭେଟିଲେ ଅଜିତ ଡୋଭାଲ

ଜମ୍ମୁ ରାଜ୍ୟପାଳଙ୍କୁ ଭେଟିଲେ ଅଜିତ ଡୋଭାଲ

55

ଜମ୍ମୁ,୮ /୦୯: ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କୁ  ଆଜି ଭେଟିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ । ୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରର ସ୍ଥିତି ନେଇ ରାଜ୍ୟପାଳଙ୍କ ସହ ଡୋଭାଲ ଆଲୋଚନା କରିଥିବା ସୂଚନା ମିଳିଛି । ତେବେ ଆଗକୁ ମୁସଲମାନଙ୍କ ପର୍ବ ଇଦ-ଉଲ-ଅଜହା ଆସୁଛି । ଏହି ପର୍ବ ପାଳନ କରିବାକୁ ଲୋକମାନଙ୍କୁ ସୁବିଧା ପ୍ରଦାନ କରାଯିବା ନେଇ ରାଜ୍ୟପାଳ ଏନଏସଏ ଅଜିତ ଡୋଭାଲ ସହ ଆଲୋଚନା କରୁଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଆଜି ଜମ୍ମୁ-କାଶ୍ମରର ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆସିବା ସହ ଆଜି ସ୍କୁଲ ସବୁ ଖୋଲା ହୋଇଛି । ଏହାସହ ସମସ୍ତ ସରକାରୀ କର୍ମଚାରୀ ନିଜ ନିଜ କର୍ମ କ୍ଷେତ୍ରକୁ ଯାଇଥିବା ବେଳେ କେତେକ ସ୍ଥାନରେ ସ୍କୁଲ କଲେଜ ଖୋଲାଯାଇଛି । କାଶ୍ମୀର ଘାଟି ଓ କେତେକ ସମ୍ବେଦନଶୀଳ ସ୍ଥାନକୁ ଛାଡି ଅନ୍ୟ ସ୍ଥାନରୁ ୧୪୪ ଧାରାକୁ ମଧ୍ୟ ହଟାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.