Home ଜିଲ୍ଲା ପରିକ୍ରମା ଚାନ୍ଦବାଲି “ମା” ଦକ୍ଷୀଣେଶ୍ୱରୀ କାଳୀ

ଚାନ୍ଦବାଲି “ମା” ଦକ୍ଷୀଣେଶ୍ୱରୀ କାଳୀ

8

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଶକ୍ତିପୀଠ ମା” ଦକ୍ଷୀଣେଶ୍ୱରୀ କାଳୀ ଏକ ଅନନ୍ୟ ଶକ୍ତିପୀଠ। ସାଢେ ପାଂଚ ଫୁଟ ଉଚ୍ଚତା ବିଶିଷ୍ଟ ଅକ୍ଷୁର୍ଣ୍ଣ କଳାମୁଗୁନି ପଥରରେ ନିର୍ମିିର୍ତଏହି ମୂର୍ତୀକୁ ବୈଷ୍ଣବୀ ରୂପରେ ଏଠାରେ ପୂଜା ପାଇଥାନ୍ତି । ଚାନ୍ଦବାଲିରେ ମା ଙ୍କର ଏହି ପୀଠ ସ୍ଥଳୀ ୯୮ବର୍ଷ ପଦାର୍ପଣ କରିଛି । ସର୍ବଶକ୍ତିମୟୀ ମା ଦକ୍ଷୀଣେଶ୍ୱରୀ କାଳ ୀଙ୍କୁ ଶ୍ରଦ୍ଧାଭକ୍ତି ଓ ବିଶ୍ୱାସ ରେ ପୂଜା କରାଯାଏ।ବିଶ୍ୱାସ ରହିଛି ମା ଙ୍କ ବେଲପତ୍ର ଓ ପାଦୁକା ପାଣି ପାଇଲେ ଦୁଃସାଧ୍ୟ ରୋଗରୁ ଉପଶମ ମିଳିଥାଏ। ଚାନ୍ଦବାଲି ପାଂଚପଡ଼ା ଗାଁ ମୁଣ୍ଡରେ ରହିଛି ମହାଶ୍ମଶାନ । ଏହି ଶ୍ମଶାନକୁ ଲାଗି ରହିଛି ପଦ୍ମ ପୋଖରୀ ଏବଂ ପୋଖରୀ କୂଳରେ ରହିଛି ମା ଙ୍କର ଭବ୍ୟ ମନ୍ଦିର। ପଂଚବଟର ମନୋରମ ପରିବେଶ ମଧ୍ୟରେ ମା ଦକ୍ଷୀଣେଶ୍ୱରୀ କାଳୀ ନିଜ ଇଛାରେ ବିରାଜମାନ ହୋଇଥିବା ଏକ କିମ୍ବଦନ୍ତି ରହଛି । କିମ୍ବଦନ୍ତିରୁ ଜଣାଯାଏ, ୧୮୮୮ ମସିହା ନଭେମ୍ବର ୨୦ ତାରିଖ ଦିନ ଠାକୁର ଶ୍ରୀଶ୍ରୀ ରାମକୃର୍ଷ୍ଣ ପରମହଂସଙ୍କ ସହ ଧର୍ମୀଣି ଶ୍ରୀଶ୍ରୀ ମା’ ସାରଦା ଦେବୀ କଲିକତାରୁ ଷ୍ଟିମର ଯୋଗେ ଚାନ୍ଦବାଲିକୁ ଆସି ଶ୍ରୀକ୍ଷେତ୍ରକୁ ଯିବା ଅବସରରେ ଜନମୂଖରୁ କବନ୍ଧର ଉଦଣ୍ଡ ନୃତ୍ୟ କଥା ଶୁଣି ପାଂଚପଡା ଗାଁମୁଣ୍ଡରେ ଥିବା ଶ୍ମଶାନ ନିକଟକୁ ଆସିଥିଲେ। ଶ୍ମଶାନ ପାଶ୍ୱର୍ରେ ଥିବା ପଂଚବଟ୍ଟ ସ୍ଥଳରେଏହି ପ୍ରାକୃତିକ ଶାନ୍ତି ପରିବେଶ ସାରଦା ଦେବୀଙ୍କୁ ଆକୃଷ୍ଟ କରିଥିଲା। ଏହି ସ୍ଥାନରେ ଦୈବ୍ୟଶକ୍ତିର ଆଭାଶ ପାଇ ସେ ଶ୍ରଦ୍ଧା ଓ ଭକ୍ତିରେ ଅର୍ଘ ନିବେଦନ କରିଥିଲେଏବଂ ଏହି ସ୍ଥାନରେ ମାଙ୍କର ଧ୍ୱଜା ଉଡ଼ିବ ବୋଲି ପ୍ରକାଶ କରିଥିଲେ। ୧୯୨୬ ମସିହାଠାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ପାଂଚପଡା ଗ୍ରାମରେ ମାଆଙ୍କର ଧ୍ୱଜା ଉଡିିଲା ।

ପାଂଚଖଣ୍ଡ ଗ୍ରାମର ଲୋକମାନଙ୍କ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଗଲା । ବାଉଁଶ ଓ ନଡା ସଂଗ୍ରହ କରାଯାଇ ପୀଠ ସ୍ଥଳରେ ଚାଳିଆ ନିର୍ମାଣ କରାଯାଇଥିଲା। ବିଶିଷ୍ଟ କାରିଗର ଗୋଲେଖ ପତୀଙ୍କ ଦ୍ୱାରା ମା ଦକ୍ଷୀଣେଶ୍ୱରୀ କାଳୀଙ୍କର ମୃଣ୍ମୟୀ ମୂର୍ତୀ ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଗଲା। ୩ଦିନ ବ୍ୟାପି ମାଙ୍କ ଯାତ୍ରା ମହା ସମାରୋହରେ ପାଳନ କରାଗଲା। ଶେଷରେ ମାଙ୍କ ମୃଣ୍ମୟୀ ମୂର୍ତୀକୁ ନିକଟସ୍ଥ ପୂର୍ଣ୍ଣ୍ୟତୟା ବୈତରଣୀ ନଦୀରେ ବିଶର୍ଜନ କରାଗଲା। ଏହି ପରିଭାବେ ଦୀର୍ଘ ୬୧ବର୍ଷ ପୂଜାର୍ଚ୍ଚନା କରାଯାଉଥିଲା। ମା ପୂଜା ପାଇବା ପରଠାରୁ ପ୍ରତିଦିନ କିଛି କିଛି ଅଲୌକିକ୍ୟ ଘଟଣା ଶ୍ରଦ୍ଧାଳୁଙ୍କ ଭକ୍ତି ଆହୁରୀ ଦ୍ରୃଢ଼ିଭୁତ ହେଲା। ପରବର୍ତି ସମୟରେ ମାଙ୍କ ସ୍ୱପ୍ନାଦେଶ ପାଇ କାଳୀ କମିଟି ନିଷ୍ପତିରେ ୫ଫୁଟର ପାଷାଣବିଗ୍ରହ ପ୍ରତିଷ୍ଠା କରାଗଲା। ତତ୍କାଳ ସମ୍ପାଦକ ହରିହର ସାହୁ ମାଙ୍କ ବିଗ୍ରହ ପ୍ରତିଷ୍ଠା ଦାୟୀତ୍ୱ ତୁଲାଇଲେ। କର୍ତାଭାବରେ ତାଙ୍କ ସହଧର୍ମୀଣି ସତ୍ୟଭାମା ସାହୁ ୭ଦିନ ଓ ୭ରାତି ଅକୁଣ୍ଠ ନିଷ୍ଠାରେ ସହ ଉପବାସ ରହି ବେଲପତ୍ର ଓ ମାଆଙ୍କ ମାର୍ଜଣା ପାଣିଭକ୍ଷଣ ପୂର୍ବକ ପ୍ରତିଷ୍ଠାକାର୍ଯ୍ୟ ସମ୍ପନ୍ନ କରିଥିଲେ। ସେଦିନ ପଂଚକୋଶୀ ଅଂଚଳର ଲୋକମାନଙ୍କ ମନରେ ଅଦ୍ଭୁତ ପୂର୍ବଉତ୍କଣ୍ଠା ପ୍ରତ୍ୟକଙ୍କ ଘରଦାଣ୍ଡ ଦୁଆରେ ପୂର୍ଣ୍ଣକୁମ୍ଭ. କଦଳୀଗଛ, ଆମ୍ବ ଡାଳ,ଦେବଦାରୁ ଡାଳରେ ସୁଶୋଭିତ କଲେ। ବ୍ରତଧାରୀଣୀ ୧୦୮ ମହିଳାଙ୍କ ଏକ ବିଶାଳ କଳସ ଶୋଭାଯାତ୍ରା ଚାନ୍ଦବାଲି ସହର ପରିକ୍ରମାକରି ବୈତରଣୀ ନଦୀରୁ ପବିତ୍ର ଜଳରେ ମାଙ୍କ ମହାସ୍ନାନ କରାଯାଇଗଲା। ସେବେଠାରୁ ମା କାଳୀଙ୍କ ପୂଜା ଚନ୍ଦ୍ରକଳା ପରି ଧିରେ ଧିରେ ଗଣପର୍ବରେ ପାଳିତ ହେଉଛି। ଚାନ୍ଦବାଲିରେ “ମାକାଳୀ”ପୂଜା ସାରା ଓଡ଼ିଶାରେ ପ୍ରସିଦ୍ଧି ଲାଭ କରି ପାରିଛି। କାର୍ତିକ ଅମାବାସ୍ୟା ଠାରୁ ୭ଦିନ ବ୍ୟାପି ମହାଯଜ୍ଞ, ଚଣ୍ଡିପାଠ ,ଶୋଢ଼ଷ ଉପଚାର ଅନୁଷ୍ଟିତ ହେଉଛି। ବର୍ତମାନ ସମ୍ପାଦକ ନିତ୍ୟାନନ୍ଦ ବିଶ୍ୱାଳ, ସଭାପତି ଦ୍ୱଜବର ରାଉତ ଙ୍କ ତତ୍ୱବଧାନରେ ୧୨ଦିନ ବ୍ୟାପି ରାଜ୍ୟର ନାମୀଦାମ ଅପେରା ଯାତ୍ରା ପରିବେଶଣ ଏବଂ ଆଲୋକମାଳା ରେ ସୁନ୍ଦର ସାଜସଜା ସହିତ ରାଜ୍ୟତଥା ରାଜ୍ୟ ବାହାରୁ ବ୍ୟବସାୟୀ ମାନେ ଏଠାରେ ପସରା ମେଲାଇ ବେଶ ଦି ପଇସା ଲାଭବାନ ହୋଇ ବାହୁଡ଼ିଥାନ୍ତି। ଦୀର୍ଘ ୯୮ବର୍ଷ ହେଲା ଏଠାରେ ମାଙ୍କର ପୂଜାର୍ଚ୍ଚନା ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀଙ୍କ ସହଯୋଗ କ୍ରମେ ଧୁମ ଧାମରେ ପାଳିତ ହୋଇଆସୁଛି। ଚାନ୍ଦବାଲିର କାଳୀଯାତ୍ରା ରାଜ୍ୟତଥା ରାଜ୍ୟବାହାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଠିକରି ପାରିଛି। ଖାଲି ଚାନ୍ଦବାଲି କାହିଁକି କେନ୍ଦ୍ରପଡ଼ାଜିଲ୍ଲା, ଯାଜପୁରଜିଲ୍ଲା ଓ ଭଦ୍ରକଜିଲ୍ଲାରଏହି ପୂଜାଗଣପର୍ବଭାବରେ ପ୍ରସିଦ୍ଧ ଲାଭ କରିପାରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.