ad
ଜଗତସିଂହପୁର

ଘରପୋଡି ଘଟଣାକୁ ନେଇ ଥାନାରେ ଏତଲା

ଜଗତସିଂହପୁର ୨୫/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) – ଜଗତସିଂହପୁର ଜିଲ୍ଲାର ସିଂହାରପୁର ପଞ୍ଚାୟତ ଅନ୍ତର୍ଗତ ଉଜ୍ଜାଲପୁର ଗ୍ରାମରେ ଗତ ସୋମବାର ଦିନ କେତକ ଦୁର୍ବୁତ ଜମିଲା ବିବି (୪୫ ବର୍ଷ) ଙ୍କର ଘରକୁ ନିଆଁ ଲଗାଇ ସମ୍ପୁର୍ଣ୍ଣ ପୋଡି ଦେଇଥିବା ସୂଚନା ମିଳିଛି। ଏନେଇ ଏକ ଏତଲା ଜଗତସିଂହପୁର ଥାନାରେ ଜମିଲା ବିବି ତାଙ୍କ ସ୍ୱାମୀ ଅସରଫ ଅଲ୍ଲି ଖାଁଙ୍କ ସହିତ ଯାଇ ଦେଇଥିବା ଗଣମାଧ୍ୟମକୁ ଜଣେଇଛନ୍ତି। ଗତ ୨୨ତାରିଖ ରାତି ୧ଟା ବେଳେ କିରୋସିନ ଗନ୍ଧ ହେବାରୁ ଜମିଲା ତାଙ୍କ ସ୍ୱାମୀଙ୍କ ସହ ବାହାରକୁ ଆସି ଦେଖନ୍ତି ତ ଆସାମୀ ଇସୁଫ ଖାଁ (୫୦) ତାଙ୍କ ସ୍ତ୍ରୀ ଇସରଫ ବିବି (୪୫) ପୁଅ ଅଫତାବ୍ ଖାଁ (୨୪) ଜ୍ୱାଇଁ ସଇଦ୍ ଖାଁ (୩୦) ଘର କୋଣରେ ଠିଆ ହୋଇ ଚାଳରେ କିରୋସିନ ଢାଳୁଛନ୍ତି ଓ ଅଫତାବ୍ ଦିଆସିଲ ମାରି ନିଆଁ ଲଗାଇଦେଲା। ସେଥିରେ ସବନା ବିବି ଓ ସୋନମ ବେଗମ ତାକୁ ସାହାଯ୍ୟ କରୁଛନ୍ତି। ଜମିଲା ତାଙ୍କ ସ୍ୱାମୀ ଓ ପୁଅ ଜୀବନବିକଳରେ ପାଟି କରିବାରୁ ଗାଁରୁ ଲୋକେ ଦୋଉଡା ଦୌଡି ହୋଇ ଆସିଲାବେଳକୁ ଘର ହୁତୁ ହୁତୁ ହୋଇ ଜଳୁଥିଲା। ଏହି ଅଗ୍ନିକାଣ୍ଡରେ ତାଙ୍କର ଘର ସମ୍ପୁର୍ଣ୍ଣ ଜଳି ପାଉଁଶ ହୋଇ ଯାଇଅଛି। ଘରେ ଥିବା ୧୩ଟା ଛେଳି, ଧାନ ୧୫କୁଇଁଟାଲ, ମୁଗ ୫୦କିଲୋ, କୋଳଥ ୧୦କିଲୋ, ଘରର ଲୁଗାପଟା, ଖଟ ଇତ୍ୟାଦି ସମ୍ପୁର୍ଣ୍ଣ ପୋଡି ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଠ ହୋଇଯାଇଥିବା ସେ ଏତଲା କପିରେ ଉଲ୍ଲେଖ କରିଛନ୍ତି। ସୂଚନାଥାଉକି ଗତ ଜୁନ ମାସ ୧୬ତାରିଖରେ ଉପରୋକ୍ତ ଆସାମୀମାନେ ଘର ପୋଡିଦେବାକୁ ଧମକ ଦେଇଥିବା ଏକ ଏତଲା ମଧ୍ୟ ଜମିଲା ବିବି ଓ ତାଙ୍କ ସ୍ୱାମୀ ଜଗତସିଂହପୁର ଥାନାରେ ଦେଇଥିଲେ। ପୋଲିସ୍ ଆସାମୀମାନଙ୍କୁ ଥାନାକୁ ଡାକିଥିଲେ ମଧ୍ୟ ସେମାନେ ଆସିନଥିଲେ। ପୋଲିସ ଏହି ଘଟଣାକୁ ସେତେବେଳେ ଗୁରୁତ୍ୱ ଦେଇ ନଥିବାରୁ ଧମକ ସେମାନଙ୍କର ବାସ୍ତବରେ ପରିଣତ ହେଲା ବୋଲି ସାଧାରଣରେ ଆଲୋଚନା ହେଉଛି। ଅଗ୍ନିକାଣ୍ଡରେ ଜମିଲାଙ୍କ ସ୍ୱାମୀ ଅସରଫଙ୍କ ମୁହଁ ପୋଡି ଯାଇଥିବା ଲକ୍ଷ କରାଯାଇଛି। ଅଗ୍ନିକାଣ୍ଡ ଘଟଣାରେ ସମ୍ପୃକ୍ତ ଆସାମୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସାଙ୍ଗକୁ ଏହି ବିପନ୍ନ ପରିବାରକୁ ସରକାରି ସହାୟତା ପ୍ରଦାନ ନିମନ୍ତେ ଦାବି ହେଉଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top