Home ଜିଲ୍ଲା ପରିକ୍ରମା ଘଣ୍ଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଲି ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଘଣ୍ଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଲି ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ

15

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ବ୍ଲକ୍ ଘଣ୍ଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୁବିସ୍ତୃତ ଖେଳ ପଡିଆରେ କ୍ରୀଡା ଓ ଯୁବ ବିକାଶ ଦ୍ୱାରା ପ୍ରାୟୋଜିତ ସମ୍ୱନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ଭଲି ବଲ ଓ କ୍ରିକେଟ ଟୁର୍ନାମେଣ୍ଟ ଛାତ୍ର ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଘଣ୍ଟେଶ୍ୱର ଡ଼ିଗ୍ରୀ କଲେଜର ସଭାପତି ଓ ବିଶିଷ୍ଟ ସୁସାହିତ୍ୟିକ ଇଂ ଅଭୟ ସୂତାର ଅନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିବାବେଳେ କ୍ରୀଡା ଶିକ୍ଷକ ରାଜକିଶୋର ଦାଶ ଖେଳାଳି ମାନଙ୍କୁ ଖେଳର ନୀତି ନିୟମ ସମ୍ପର୍କରେ ସଚେତନ କରିଥିଲେ । ଅଧ୍ୟକ୍ଷ ଅକ୍ଷୟ ଗିରି, ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର, କ୍ରୀଡା ସମ୍ପାଦକ ଲଳିତ ମୋହନ ଜେନା, ଅଧ୍ୟାପକ ମୃତ୍ୟୁଞ୍ଜୟ ଦାସ, ମୁକ୍ତିକାନ୍ତ ସେଠି, ଭୀମସେନ ମହାରଣା, ବବ୍ରୁବାହନ ଖିଲାରଙ୍କ ଉପସ୍ଥିତି ପ୍ରତିଯୋଗୀ ମାନଙ୍କୁ ବେଶ ଉତ୍ସାହିତ କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.