Home କେନ୍ଦ୍ରାପଡ଼ା ଗୋବରୀ କେନାଲର ତୃଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ପୈାରକାଉନସିଲରଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର

ଗୋବରୀ କେନାଲର ତୃଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ପୈାରକାଉନସିଲରଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର

44

କେନ୍ଦ୍ରାପଡ଼ା, ୧୨ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାର ପରିଷଦର କାଉନସିଲରମାନଙ୍କ ପକ୍ଷରୁ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ କାକଟଲକ ପୋଲ ଠାରୁ ଏକଣାଖଣ୍ଡୀ ନାନୋ ସୋରୁମ ପର୍ଯ୍ୟନ୍ତ ଗୋବରୀ କେନାଲର ପୁନରୁଦ୍ଧାର କାର୍ଯ୍ୟ ଜଳସେଚନ ବିଭାଗ ଦ୍ୱାରା ଆରମ୍ଭ କରାଯାଇଛି। ସେହି କେନାଲର ଉଭୟ ପାଶ୍ୱର୍ରେ ଥିବା ୱାର୍ଡ ତଥା ସହରର ବର୍ଷାଜଳ ଓ ବ୍ୟବହୃତ ପାଣି ଡ୍ରେନ ମାଧ୍ୟମରେ ଏହି କେନାଲ ମଧ୍ୟକୁ ନିଷ୍କାସିତ ହେଉଥିଲା। ସେହି କେନାଲର ଉଭୟ ପାଶ୍ୱର୍ରେ ପ୍ରଥମେ ଡ୍ରେନ ଓ ଜଳ ବିଶୋଧନାଗାର ନିର୍ମାଣ କରାଯିବା ପରେ କେନାଲର ପୁନରୁଦ୍ଧାର କାର୍ଯ୍ୟ କରାଗଲେ ସେହି ଯୋଜନାର ପ୍ରଖୃତ ଉଦେଶ୍ୟ ପୁରଣ ହୋଇପାରିବ ବୋଲି ଦାବି କରାଯାଇଛି। ଏସମ୍ପର୍କରେ ପୈାରସଂସ୍ଥାର ପୂର୍ବ ବୈଠକମାନଙ୍କରେ ଜଳସେଚନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରାଯିବା ସହ ପ୍ରସ୍ତାବ ପାରିତ ହୋଇ ବିଭାଗକୁ ଅବଗତ କରାଯାଇଛି। କିନ୍ତୁ ତାହାକୁ ଅଣଦେଖା କରାଯାଇ କେନାଲ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଏଥିସହିତ କେନାଲ ମଧ୍ୟକୁ ସର୍ବସାଧାରଣଙ୍କ ପାଣି ଓ ସଂଯୋଗକାରୀ ଡ୍ରେନ ବନ୍ଦ ରଖିବା ପାଇଁ ମାଇକ ଯୋଗେ ପ୍ରଚାର କରାଯାଇଛି। ଫଳରେ ସର୍ବସାଧାରଣ ବହବୁ ସମସ୍ୟାର ସମ୍ମୁଖୀନ ହେବେ। ତେଣୁ ପୈାରାଞ୍ଚଳବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବର୍ଷାଜଳ ଓ ଡ୍ରେନପାଣି ନିଷ୍କାସନର ସ୍ଥାୟୀ ପ୍ରତିକାର ପ୍ରଥମେ କରାଯାଇ ପରେ ଗୋବରୀ କେନାଲର ପୁନରୁଦ୍ଧାର କାର୍ଯ୍ୟ କରାଯିବାକୁ କାଉନସିଲର ଜୟନ୍ତୀ ପାଣି, ପ୍ରଦୀପ୍ତ କୁମାର ଜେନା, ଅସୀମା ନାୟକ, ରଶ୍ମିତା ସିଂ, ଚୈାଧୁରୀ ସୁକୁମାର ଦାସ, ପ୍ରଭାଶିଷ ପଣ୍ଡା, ଫର୍ଜାନା ଖାତୁନ, ରମେଶ ଚନ୍ଦ୍ର ଦାସ, ଅଭୟ କୁମାର ବେହେରା, ପୁଷ୍ପାଞ୍ଜଳି ବସ୍ତିଆ, ଉମେଶ ଚନ୍ଦ୍ର ନାୟକ, ଶୁଭଶ୍ରୀ ନିବେଦିତା ସ୍ୱାଇଁ, ନିରାକାର ସ୍ୱାଇଁ, ତୁଳସୀ ହେମ୍ବ୍ରମ, ସେକ ଅସଲମ, କାଳି ପ୍ରସାଦ ମିଶ୍ର, ଷ୍ପୁଷ୍ପଲତା ବେହେରା, ରିହାନା ଖାତୁନ, ହବିବା ବେଗମ ପ୍ରମୁଖ ଏସମ୍ପର୍କରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଏଥିସହିତ କାଉନସିଲରମାନେ ଖଡିଅଙ୍ଗ ଠାରେ ଥିବା ମୁଖ୍ୟ ଚିକିତ୍ସାଳୟର ପୁରୁଣା ଗୃହରେ ଏକ ସିଟି ହସପିଟାଲ ଆରମ୍ଭ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଖଡିଅଙ୍ଗରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶ୍ୟାମଗୁଡିଆକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସହରବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ସର୍ବସାଧାରଣଙ୍କ ଆଶୁ ଚିକିତ୍ସା ପାଇଁ ଖଡିଅଙ୍ଗ ସ୍ଥିତ ପୁରୁଣା ବିଲଡିଂରେ ତୁରନ୍ତ ସିଟି ହସପିଟାଲ ସ୍ଥାପନ କରାଯିବାକୁ ଦାବି କରାଯାଇଛି। ଜିଲ୍ଲାପାଳ ଏସମ୍ପର୍କରେ କାଉନସିଲରମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରି ପୁରୁଣା ବିଲଡିଂରେ ୨୦ଶଯ୍ୟା ବିଶିଷ୍ଟ ଏକ ଆଇ.ପି.ଡି. ସ୍ଥାପନ କରାଯିବ ବୋଲି ପ୍ରତିଶୃତି ଦେଇଥିବା କାଉନସିଲରମାନେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.