Home ଅପରାଧ ଗୋଟିଏ ଗଛକୁ କେନ୍ଦ୍ର କରି ସାନଭାଇ କାଠଫାଳିଆ ମାଡରେ ବଡ ଭାଇ ମୃତ, ପୁତୁରା ଭାଉଜ...

ଗୋଟିଏ ଗଛକୁ କେନ୍ଦ୍ର କରି ସାନଭାଇ କାଠଫାଳିଆ ମାଡରେ ବଡ ଭାଇ ମୃତ, ପୁତୁରା ଭାଉଜ ଗୁରୁତର

2221

ବଡ଼ବିଲ, ତା ୧୨ ମେ (ଓଡ଼ିଆ ପୁଅ/ସୀତାରାମ ଦିକ୍ଷୀତ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମରେ ଗୋଟିଏ ଗଛକୁ ନେଇ ଘରୋଇ ଝଗଡ଼ା, ସାନଭାଇର ମାଡରେ ବଡଭାଇର ମୃତ୍ୟୁ ହେଇଥିବା ବେଳେ ପୁତୁରା ଭାଉଜ ଗୁରୁତର ହେଇଛନ୍ତି। ମିଳିଥିବା ଖବର ଅନୁଯାୟୀ ଗୋଟିଏ ଗଛ ଦୁଇ ଭାଇଙ୍କ ମଧ୍ୟରେ ଭାଗ ଛିଡିନଥିଲା। ତାହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଁଚିଥିଲା। ଉକ୍ତ ଝଗଡ଼ାକୁ ନେଇ ସାନ ଭାଇ ସମରା ହୋ ବଡଭାଇ ଜିତେନ ହୋ(୩୫)ଙ୍କୁ କାଠ ଫାଳିଆରେ ବାଡେଇ ବାଡେଇ ମାରି ଦେଇଥିଲା। ଏଥିସହ ପୁତୁରା ଓ ଭାଉଜଙ୍କୁ ବାଡ଼େଇ ବାଡ଼େଇ ଗୁରୁତର ଆହତ କରିଦେଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.