Home ଜିଲ୍ଲା ପରିକ୍ରମା ଗୁମୁଗଡ ଠାରେ ଜଗନ୍ନାଥଙ୍କ ଜମିରେ ଗୋଷ୍ଠିକେନ୍ଦ୍ର ନିର୍ମାଣକୁ ସ୍ୱାଗତ କଲେ ଗ୍ରାମବାସୀ, ଜଗନ୍ନାଥଙ୍କ ସମ୍ପତିକୁ ଜବର...

ଗୁମୁଗଡ ଠାରେ ଜଗନ୍ନାଥଙ୍କ ଜମିରେ ଗୋଷ୍ଠିକେନ୍ଦ୍ର ନିର୍ମାଣକୁ ସ୍ୱାଗତ କଲେ ଗ୍ରାମବାସୀ, ଜଗନ୍ନାଥଙ୍କ ସମ୍ପତିକୁ ଜବର ଦଖଲକୁ ଉଦ୍ଧାର ପାଇଁ ମଧ୍ୟ ଦାବି କଲେ ଗ୍ରାମବାସୀ

14
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳର ରାଧାବଲ୍ଲବପୁର ଅଧିନ ୨ ନମ୍ବର ୱାର୍ଡ ର ଗୁମଗଡ ଛକ ଠାରେ ୫ ଲକ୍ଷ ଟଙ୍କା ଧାମନଗର ଏନଏସି ତରଫରୁ ଅର୍ଥ ମଞ୍ଜୁର କରା ଯାଇଥିଲା। ଏହାକୁ ତାଳପଦା ମୌଜା ର ଖାତା ନମ୍ବର ୭୫୪ ଓ ପ୍ଲଟ ନମ୍ବର ୧୪୬୫ ଉପରେ ନିର୍ମାଣ କରିବା ପାଇଁ ଗୁମୂଗଡ ଅଂଚଳ ର କାଉନୁସିଲର ସମେତ ୱାର୍ଡ ବାସୀମମାନେ ନିଷ୍ପତି କରି ଅଧିକାରୀଙ୍କୁ ଜଣାଇବା ପରେ ସେଠାରେ ଗୋଷ୍ଟି କେନ୍ଦ୍ର ନିର୍ମାଣ ହୋଇଥିଲା ଏବଂ ଏଠାରେ ଉକ୍ତ କେନ୍ଦ୍ର ହେବାପରେ ୱାର୍ଡ ର ଲୋକ ମାନେ ଉପକୃତ ହେବେ। ପ୍ରକାଶ ଥାଉକି ଗୁମୂଗଡ ଛକ ଠାରେ ଗୋଷ୍ଟି କେନ୍ଦ୍ର ନିର୍ମାଣ ପାଇଁ ଉକ୍ତ ଜାଗା ଟି ଶ୍ରୀଜଗନ୍ନାଥ ଠାକୁର ବିଜେସ୍ଥଳୀ ପୁରି ଙ୍କ ନାମରେ ଥିବା ବେଳେ ଓଡ଼ିଶା ସରକାର ଉକ୍ତ ଜମିର ପରିଚାଳନା କରୁଥିବାରୁ ସରକାରି ଗୋଷ୍ଟି କେନ୍ଦ୍ର ଟି ଉକ୍ତ ସ୍ଥାନ ରେ କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଂଚଳ ର ଲୋକ ମାନଙ୍କ ମଧ୍ୟ ରେ ଦୁଇ ଗୋଷ୍ଟି ଙ୍କ ମନ୍ଧ୍ୟରେ ବିବାଦ ଦେଖା ଦେଇ ଥିଲା।ତେବେ ସରକାର ଙ୍କ ପଖରୁ ଗୋଷ୍ଟି କେନ୍ଦ୍ର ନିର୍ମାଣ ପାଇଁ ସେଠାରେ ଅର୍ଥ ପ୍ରଦାନ କରା ଯାଇଛି ଯାହାକି ୱାର୍ଡ ର ଲୋକ ମାନେ ତାହାକୁ ବ୍ୟବହାର କରିବେ। ତେବେ ଉକ୍ତ ଜାଗାକୁ ନେଇ ବିବାଦ ଅଭିଯୋଗ ମୋର ହସ୍ତ ଗତ ହୋଇ ନାହିଁ ଅଭିଯୋଗ ଆସିଲେ ପ୍ରକୃତ ସତ୍ୟତା ପାଇଁ ତଦନ୍ତ କରାଯିବ ବୋଲି ଏନଏସି କାର୍ଯନିର୍ବାହୀ ଅଧିକାରି ସନ୍ତୋଷ ନାୟକ କହିଛନ୍ତି। ପ୍ରକାଶ ଥାଉକି ବନ୍ଧଟିଆ ଓ ତାଳପଦା ମୌଜା ରେ ପ୍ରାୟ ୩ ଶହ ଏକର ଜଗନ୍ନାଥ ଙ୍କ ନାମରେ ଜମି ରହିଛି ସେଠାରେ ଉକ୍ତ ଅଂଚଳ ରେ ଲୋକ ମାନେ ଚଳ ପ୍ରଚଳ କରୁଛନ୍ତି।ସେହି ଜଗନ୍ନାଥ ଙ୍କ ସମ୍ପତି ଉପରେ ବିଭିନ୍ନ ସରକାରି ଘର ସହ ବିଦ୍ୟାଳୟ ମଧ୍ୟ ରହିଛି।ଏଥି ପାଇଁ କାହାର ବି ଅଭିଯୋଗ ନାହିଁ।ଅପରପକ୍ଷେ ଉକ୍ତ ଜଗନ୍ନାଥ ଜମି ଉପରେ ସରକାରି ଗୋଷ୍ଟି କେନ୍ଦ୍ର ନିର୍ମାଣ ହୋଇ ଥିବାରୁ ସ୍ଥାନୀୟ ଲୋକ ସ୍ୱାଗତ କରିଛନ୍ତି। ମାତ୍ର କିଛି ଲୋକ ଙ୍କ ସ୍ୱାର୍ଥ ହାସଲ ନ ହେବାରୁ କିଛି ଲୋକ ଏହି ଉନ୍ନତି ମୂଳକ କାର୍ଯ୍ୟକୁ ବିରୋଧ କରୁଛନ୍ତି ବୋଲି ୨ ନମ୍ବର ୱାର୍ଡ ର କାଉନୁସିଲର ଜାନକୀ ସେଠୀ,ସମେତ ବାବାଜୀ ସେଠୀ, ବିଜୟ ଘଡାଇ, ରମେଶ ବେହେରା,ବିଦ୍ୟାଧର ସାମଲ,ଆନନ୍ଦ ବେହେରା, ମନୋରଞ୍ଜନ ଘଡେଇ ସମେତ ଶତାଧିକ ଗ୍ରାମବାସୀ ମାନେ ଏନ ଏ ସି ଅଧିକାରୀଙ୍କୁ ଜଣାଇ ଛନ୍ତି। ସୁଚନା ଯୋଗ୍ୟ ଯେ ।ଏଠାରେ ଶହ ଶହ ଏକର ଜଗନ୍ନାଥଙ୍କ ଜମିରେ ଅଙ୍ଗନବାଡି ଗୃହ,ହନୁମାନ ମନ୍ଦିର ,ବିଦ୍ୟାଳୟ ନିର୍ମାଣ ସହ ଅନେକ ପ୍ରଭାବ ଶାଳୀ ଲୋକ ଜବରଦଖଲ ମଧ୍ୟ କରିଚନ୍ତି ।ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆରମ୍ଭ କରି ଜିଲ୍ଲାପାଳ ଓ ପୁରୀ ଶ୍ରୀ ମନ୍ଦିର ପରିଚାଳନା କମିଟିକୁ ମଧ୍ୟ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଆର୍ôଥକ ବର୍ଷ ୨୦୨୩/୨୪ ରେ ଜଗନ୍ନାଥଙ୍କ ଜମି ଉପରେ କିପରି କମୁନିଟ ସେଂଟର ନିର୍ମାଣ ହେଉଛି ତହସିଲଦାର ଙ୍କ ପଚରା ଯାଇ ଥିଲା। ତହସିଲଦାର ଦିପକ ଦାସ ତାଙ୍କ ପ୍ରତିକ୍ରିୟା କହିଛନ୍ତି ମୋ ପାଖକୁ କୌଣସି ଅଭିଯୋଗ ଆସିନାହିଁ । ଯଦି ଅଭିଯୋଗ ଆସେ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଚନ୍ତି। ଧାମନଗର ବିଜ୍ଞାପିତ ଅଂଚଳରେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଶହଶହ ଏକର ଜମି ରହିଛି କେଉଁଠି ସରକାରୀ ଗୃହ ନିର୍ମାଣ ହେଉଛି ତ ଆଉ କିଛି ମୁଷ୍ଟିମେୟ ଲୋକଙ୍କ କବଜାରେ ରହିଛି ସ୍ଥାନୀୟ ପ୍ରଶାସନ ତୁରନ୍ତ ତଦନ୍ତ କରି ଏଭଳି ଜମି ମାଫିଆଙ୍କ କବଳରୁ ଜଗନ୍ନାଥଙ୍କ ଜମି ଉଧାର ପାଇଁ ମଧ୍ୟ ବିଭିନ୍ନ ମହଲ ରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.