Home ଓଡ଼ିଶା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଖୋଲିବ ନୂଆ ପାଠ୍ୟକ୍ରମ

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଖୋଲିବ ନୂଆ ପାଠ୍ୟକ୍ରମ

397

ସମ୍ବଲପୁର, ୦୭/୫ (ଓଡ଼ିଆ ପୁଅ) ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆଗାମୀ ଶିକ୍ଷା ବର୍ଷ ଠାରୁ ଓମେନ୍ସ ଷଡ଼ିସ୍ ଉପରେ ପାଠ୍ୟକ୍ରମ ଶିକ୍ଷାଦାନ କରାଯିବ। ପ୍ରଥମେ ବିଶ୍ୱବିଦ୍ୟାଳୟରେ ଏକ ସାର୍ଟିଫିକେଟ ପାଠ୍ୟକ୍ରମ ଏବଂ ଡ଼ିପ୍ଲୋମା ପାଠ୍ୟକ୍ରମ ଖୋଲାଯିବ। ସାର୍ଟିଫିକେଟ ପାଠ୍ୟକ୍ରମରେ ଗୋଟିଏ ଓ ଡ଼ିପ୍ଲୋମା ରେ ଦୁଇଟି ସେମିଷ୍ଟାର ରହିବ। ଦୁହି ପାଠ୍ୟକ୍ରମ ପାଇଁ ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ବିବରଣୀ ପ୍ରସ୍ତୁତ କରାଯାଇଛି। ଏହାକୁ ଆସନ୍ତା ୧୦ ତାରିଖ ଦିନ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ଏକାଡ଼େମିକ କାଉନସିଲ ବୈ÷ଠକରେ ଉପସ୍ତାପନ କରାଯିବ ବୋଲି କୁଳପତି ଡ଼. ଅତନୁ କୁମାର ପତି ସୂଚନା ଦେଇଛନ୍ତି। ଏହି ଦୁଇ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ ପ୍ରାର୍ଥୀ ମାନଙ୍କୁ ସ୍ନାତକ ଡ଼ିଗ୍ରୀ ହାସଲ କରିବାକୁ ହେବ। ଡ଼ିପ୍ଲୋମା ଓ ସାର୍ଟିଫିକେଟ ପାଠ୍ୟକ୍ରମ ଠିକ୍ ଭାବେ ଆଦୃତ ହେଲେ ଆଗକୁ ଏହି ବିଷୟରେ ସ୍ନାତକ ଓ ସ୍ନାତକୋତର ପାଠ୍ୟକ୍ରମ ଆରମ୍ବ କରାଯିବ ବୋଲି କୁଳପତି ଡ଼. ପତି କହିଛନ୍ତି। ଓମେନ୍ସ ଷ୍ଟଡ଼ିସ ପାଠ୍ୟକ୍ରମ ର ଚାହିଦା ରହିଛି। ଏଥିରେ ନିଯୁକ୍ତି ସୁଯୋଗ ମଧ୍ୟ ରହିଛି। ଏହା ସମାଜରେ ସଚତନେତା ସୃଷ୍ଟି କରିବାରେ ସହାୟକ ହେଉଛି। ଦେଶ ଓ ରାଜ୍ୟର ବିଭିନ୍ନ ଶିକ୍ଷା ସଂସ୍ତାନରେ ଏଭଳି ପାଠ୍ୟକ୍ରମ ରହିଛି। ଏବେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପାଠ୍ୟକ୍ରମ ପାଇଁ ଉତ୍ସୁକତା ପରିଲକ୍ଷିତ ହେଉଛି। ପ୍ରାୟ ଛଅ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏଥର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ର ୧୨-ଖ ମାନ୍ୟତା ପାଇବ। ଏହାବାଦ ନ୍ୟାସନାଲ ଏସେସମେଂଟ ଓ ଏକ୍ରିଡେସନ୍ କାଉନସିଲ(ଏନଏଏସି) ର ସ୍ୱୀକୃତି ସକାଶେ ଆବେଦନ କରାଯିବ। ୧୯୪୪ ରେ ପ୍ରତିଷ୍ଟା ହୋଇଥିବା ରାଜ୍ୟର ଏହି ଅନ୍ୟତମ ପୁରାତନ ଶିକ୍ଷା ସଂସ୍ତାନ କୁ ରାଜ୍ୟ ସରକାର ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଥିଲେ। ଏଣେ ଜିଲ୍ଲା ପ୍ରଶାସନ ସହରର ମହାନଦୀ ଆରକୂଳରେ ବିଶ୍ୱବିଦ୍ୟାଳୟକୁ ଦ୍ୱତୀୟ କ୍ୟାମ୍ପସ ନିର୍ମାଣ କରିବା ପାଇଁ ପ୍ରାୟ ପଚାଶ ଏକଡ଼ ଜମି ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି। ଏହା ହେଲେ ରଷ୍ଟ୍ରୀୟ ଉଚ୍ଚତର ମାଧ୍ୟମିକ ଶିକ୍ଷା ଅଭିଯାନ-ରୁସା ର ଅନୁଦାନରେ ନୂଆ କ୍ୟାମ୍ପସ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.