Home ଜିଲ୍ଲା ପରିକ୍ରମା ଖାଦ୍ୟ ସୁରକ୍ଷା ଓ ସୁସ୍ଥତା ପାଇଁ ମୃତ୍ତିକାକୁ ସୁସ୍ଥ ରଖିବା ଜରୁରୀ, ବିଶ୍ୱ ମୃତ୍ତିକା ଦିବସ...

ଖାଦ୍ୟ ସୁରକ୍ଷା ଓ ସୁସ୍ଥତା ପାଇଁ ମୃତ୍ତିକାକୁ ସୁସ୍ଥ ରଖିବା ଜରୁରୀ, ବିଶ୍ୱ ମୃତ୍ତିକା ଦିବସ ପାଳିତ : ଜାତୀୟ ସ୍ତରରେ ସମ୍ବର୍ଦ୍ଧିତ ହେବେ ଜିଲ୍ଲାର ୨ କୋଟିପତି ଚାଷୀ

22

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ଭଦ୍ରକ ଜିଲ୍ଲା ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ରାଣୀତାଲ ଠାରେ ଅବସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦର ସଭାପତି ପ୍ରଫୁଲ୍ଲ କୁମାର ଜେନା, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ତିହିଡ଼ି ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅବନ୍ତି ଦାସ ପ୍ରମୁଖଙ୍କ ସହ କାର୍ଯ୍ୟକ୍ରମର ଆୟୋଜକ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ଉପା୍ମାୟ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ଡ. ସଞ୍ଜୟ କୁମାର ମହାନ୍ତି, ସହକାରୀ କୃଷି ନିର୍ଦ୍ଦେଶକ ଶ୍ରୀଧର ଦାସ ଯୋଗ ଦେଇଥିଲେ । ନିଜ ସ୍ୱାସ୍ଥ୍ୟର ଯତ୍ନ ନେଲାଭଳି ମୃତ୍ତିକା ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ । ଜନସଂଖ୍ୟା ବୃଦ୍ଧି ଅନୁଯାୟୀ ଆଗାମୀ ଦିନରେ ଖାଦ୍ୟ ସୁରକ୍ଷା ଓ ସୁସ୍ଥତା ବଜାୟ ରଖିବା ପାଇଁ ଏବେଠୁ ମୃତ୍ତିକାର ସୁସ୍ଥତା ଓ ମୃତ୍ତିକା ସଂରକ୍ଷଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ । ଅବିଚାରିତ ଭାବେ ରାସାୟନିକ ସାର ଓ କୀଟନାଶକ ଔଷଧ ବ୍ୟବହାର ନ କରି ଜୈବିକ ଖତ, ସାର ପ୍ରୟୋଗ କଲେ ଯାଇ ମାଟିର ସ୍ୱାସ୍ଥ୍ୟ ଠିକ୍ ରହିପାରିବ । କୃଷି ଓ କୃଷକର ସଶକ୍ତିକରଣ ପାଇଁ ସରକାରଙ୍କ ତର‘ରୁ ବିଭିନ୍ନ ଯୋଜନା ଜରିଆରେ ଯେତେସବୁ ସୁବିଧା, ସୁଯୋଗ, ସବସିଡ଼ି, ଋଣ ଆଦି ପ୍ରଦାନ କରାଯାଉଛି ସେ ସବୁର ଲାଭ ଉଠାଇବା ପାଇଁ ଗ୍ରାମାଞ୍ଚଳର ପ୍ରକୃତ ଚାଷୀମାନଙ୍କୁ ସଚେତନତାର ଆବଶ୍ୟକ ଅଛି । କୃଷକର ଆୟ ବୃଦ୍ଧି ପାଇଁ ଖରିଫ ପରେ ୍‌୍‌୍‌୍‌୍‌୍‌୍‌୍‌୍‌ରବି ଚାଷରେ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ ।

କେବଳ ଶସ୍ୟ ଜାତୀୟ ନୁହେଁ ସମନ୍ୱିତ କୃଷି ଜରିଆରେ ହିଁ କୃଷକରେ ଆୟ ଶୀଘ୍‌୍ର ବୃଦ୍ଧି ହୋଇପାରିବ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କୃଷକ, କୃଷକ ସାଥୀ, ମିଶନ ଶକ୍ତି ମହିଳା ମାନଙ୍କ ସଚେତନତା ଉଦ୍ଦେଶ୍ୟରେ ଅତିଥିମାନେ ମୃତ୍ତିକାର ଯତ୍ନ, ସଂରକ୍ଷଣ ସହିତ କୃଷି ଜରିଆରେ ଆତ୍ମନିର୍ଭରଶୀଳ ହେବା ସହିତ ନିଜେ ଚାକିରୀ ପଛରେ ନ ଗୋଡ଼ାଇ ଅନ୍ୟକୁ ଚାକିରୀ ଦେବାରେ କିପରି ସକ୍ଷମ ହୋଇପାରିବେ ସେ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ଜାତୀୟ ସ୍ତରରେ ଦିଲ୍ଲୀ ଠାରେ ନଭେମ୍ବର ୬ରେ ପୁରସ୍କୃତ ହେବାକୁ ଥିବା ଭଦ୍ରକ ଜିଲ୍ଲାରୁ ଦୁଇଜଣ କୋଟିପତି ଚାଷୀ ରାନ୍ଦିଆର ଦୀପକ ସ୍ୱାଇଁ ଓ ଭଣ୍ଡାରିପୋଖରୀର ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀଯୁକ୍ତ ମାଝୀ ମାଛ ଜାଆଁଳ ଉତ୍ପାଦନରେ ଓ ଶ୍ରୀଯୁକ୍ତ ସ୍ୱାଇଁ ମତ୍ସ୍ୟ, କୁକୁଡ଼ା, ଉଦ୍ୟାନକୃଷିରେ ସଫଳତା ହାସଲ କରି କୋଟିପତି ଚାଷୀ ଭାବେ ଭଦ୍ରକ ଜିଲ୍ଲାର ଗୌରବ ବୃଦ୍ଧି କରିପାରିଛନ୍ତି । ଏହି ଦିବସ ପାଳନ ଉପଲକ୍ଷେ ନିର୍ଦ୍ଧାରିତ ମୃତ୍ତିକା ଓ ଜଳ-ଜୀବନର ଉତ୍ସ ଶୀର୍ଷକ ଉପରେ ପୂର୍ବରୁ ଅନୁଷ୍ଠିତ ପୋଷ୍ଟର ପ୍ରତିଯୋଗିତାର ଜୁନିଅର ଓ ସିନିଅର ବିଭାଗର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଚାଷୀମାନଙ୍କ ସଚେତନତା ଉଦ୍ଦେଶ୍ୟରେ ଉତ୍ସବ ସ୍ଥଳୀରେ ଛତୁଚାଷ, ମତ୍ସ୍ୟଚାଷ ଜୈବିକ ପଦ୍ଧତିରେ ପ୍ରସ୍ତୁତ କୀଟନାଶକ, ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପସରା ଆଦିକୁ ନେଇ ଆକର୍ଷଣୀୟ ଷ୍ଟଲ ପ୍ରଦର୍ଶନ କରାଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ର ପରିସରରେ କରାଯାଇଥିବା ସମନ୍ୱିତ କୃଷିରେ ମତ୍ସ୍ୟପୋଖରୀ, ପୋଖରୀ ହୁଡ଼ାରେ ବିଭିନ୍ନ ଉଦ୍ୟାନ କୃଷି, ଫଳଚାରା ରୋପଣ, ଛତୁଚାଷ, ଗୋପାଳନ, ବାୟୋଫ୍ଲୋକ୍‌ରେ ମସ୍ୟଚାଷ ଶସ୍ୟକ୍ଷେତ ଆଦିକୁ ବୁଲି ଅତିଥିମାନେ ପରିଦର୍ଶନ କରିଥିଲେ । ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ହୃଷିକେଶ ବେହେରା, ଏଲ୍‌.ଡ଼ି.ଏମ୍‌. ନାଗେଶ୍ୱେର ରାଓ, ମୃତ୍ତିକା ସଂରକ୍ଷଣ ଅଧିକାରୀ ରଶ୍ମିରଞ୍ଜନ ପାତ୍ର, ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ହୃଦୟ ରଞ୍ଜନ ଜେନା, ମତ୍ସ୍ୟ ବିଭାଗର ବୈଜ୍ଞାନିକ ବିଶ୍ୱରଞ୍ଜନ ସାମନ୍ତ ରାଓ, ସହକାରୀ ମୃତ୍ତିକା ରସାୟନ ବିତ୍ ତିଳୋତ୍ତମା ମହାକୁଡ଼, ଇଫକୋ ଏରିଆ ମ୍ୟାନେଜର ସୁଦର୍ଶନ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । କୃଷିବିଜ୍ଞାନ କେନ୍ଦ୍ରର ମୃତ୍ତିକା ବୈଜ୍ଞାନିକ ଡ. ଦେବୀପ୍ରସାଦ ଦାସ, କମ୍ପ୍ୟୁଟର ଇଞ୍ଜିନିୟର ଶୁଭେନ୍ଦୁ ଜେନା ଓ ଅନ୍ୟ ଅଧିକାରୀ ବୃନ୍ଦ ସଞ୍ଜୟ ପଣ୍ଡା, ଶ୍ରଦ୍ଧାଂଶୁ ପଟ୍ଟନାୟକ, ବିଜୟାଲକ୍ଷ୍ମୀ ରାଉତ, ମଣ୍ଟୁ ଚୌଧୁରୀ ଓ ଡ. ଗୟାଧର ଶିଅଳ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସାଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.