Home ଓଡ଼ିଶା ଖାଦ୍ୟ ସଂଗ୍ରହର ଅନ୍ୟ ଅନ୍ୱେଷଣ ‘ଅନଲାଇନ ଫୁଡ଼’

ଖାଦ୍ୟ ସଂଗ୍ରହର ଅନ୍ୟ ଅନ୍ୱେଷଣ ‘ଅନଲାଇନ ଫୁଡ଼’

625

ରାଉରକେଲା ୧୫-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଖାଦ୍ୟ, ବସ୍ତ୍ର ଓ ବାସଗୃହ ମନୁଷ୍ୟର ତିନୋଟି ମୁଖ୍ୟ ଆବଶ୍ୟକତା। ଏହି ତିନୋଟି ଆବଶ୍ୟକତା ମଧ୍ୟରୁ ଖାଦ୍ୟ କୁ ମନୁଷ୍ୟ ପ୍ରାଥମିକତା ଦେଇଥାଏ। ଖାଦ୍ୟ ବିନା ଜୀବନ ଧାରଣ ଅସମ୍ଭବ ଅଟେ। ଘରର ହାତରନ୍ଧା ଖାଦ୍ୟ ଠାରୁ ଆରମ୍ଭ କରି ବାହାରେ ବିକ୍ରୀ ହେଉଥିବା ଖାଦ୍ୟ ଉପରେ ପ୍ରତି ପରିବାର ନିର୍ଭର କରେ। ଏଣୁ ଘର ବ୍ୟତିତ ବିଭିନ୍ନ ହୋଟେଲ, ରେଷ୍ଟୁରାଂଟ ଆଦିରେ ଭୋଜନ କରିବାକୁ କିଛି ପରିବାରରେ ଲୋକଙ୍କ ଆଗ୍ରହ ଦେଖିବାକୁ ମିଳେ। ବର୍ତମାନ ଖାଦ୍ୟକୁ ହାତ ପାହାନ୍ତାରେ ପାଉଛନ୍ତି ଲୋକେ। ବଢୁଛି ଅନ୍ଲାଇନରେ ଖାଦ୍ୟ ଅର୍ଡରର ଚାହିଦା। ରାଉରକଲାରେ ମଧ୍ୟ ଅନ୍ଲାଇନରେ ଖାଦ୍ୟ ମଗାଇବା ଚାହିଦା ଧିରେଧିରେ ବୃଦ୍ଧି ପାଇବାରେ ଲାଗିଲାଣି। ସହରରେ ବିଭିନ୍ନ କମ୍ପାନୀ ଯେପରି ଜମାଟୋ ଓ ଅନ୍ୟ କମ୍ପାନୀ ମାନେ ବିଭିନ୍ନ ରକମର ସୁଆଦିଆ ଖାଦ୍ୟ ଗ୍ରାହକ ମାନଙ୍କ ପାଇଁ ପ୍ରସ୍ତୁତ ରଖୁଛନ୍ତି। ଅନଲାଇନରେ ବ୍ୟକ୍ତି ଜଣଙ୍କ ଖାଦ୍ୟ ଅର୍ଡର କଲେ, ମାତ୍ର ଅଧାଘଂଟାରେ ବ୍ୟକ୍ତି ଜଣଙ୍କ ଘର ଦୁଆରେ ମନମୁତାବକ ଖାଦ୍ୟ ପହଂଚି ଯାଇ ପାରୁଛି। କମ୍ପାନୀର ସେଲସ୍ବୟ ଓ ସେଲସ୍ଗାର୍ଲ ମାନେ ଗ୍ରାହକଙ୍କ ପାଖରେ ତାଜା ଖାଦ୍ୟ ପହଚାଂଇବାରେ ସହାୟକ ହୋଇଥାନ୍ତି। ଅନଲାଇନରେ ପିଜା, ଚାଉମିନ, ମନ୍ଚୁରିୟାନ, ବିରିୟାନି, ଚିକେନ, ତନ୍ଦୁରୀ ରୋଟି ଓ ନାନା ରକମର ଫାଷ୍ଟପୁଡ଼ ଅର୍ଡର କରିବାର ଅଳ୍ପ ସମୟରେ ମିଳିଯାଇ ପାରୁଛି। ପୂର୍ବରୁ ବିଭିନ୍ନ ମହାନଗରରେ ଏହି ସୁବିଧା ଉପଲବ୍ଧ ଥିବା ବେଳେ, ବର୍ତମାନ ରାଉରକେଲାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେଉଛି। ରାଉରକେଲାର ବିଭିନ୍ନ ଅଂଚଳରେ ବସବାସ କରୁଥିବା କିଛି ପରିବାର ମଧ୍ୟ ଅନଲାଇନରେ ଖାଦ୍ୟ ଅର୍ଡର କରୁଥିବା ପ୍ରକାଶ କରିଛନ୍ତି। ଅନ୍ଲାଇନରେ ଖାଦ୍ୟ ସଂଗ୍ରହ ସୁବିଧାଜନକ ତଥା ତାଜା ଖାଦ୍ୟ ମିଳିଯାଉଥିବାରୁ ଏହାପ୍ରତି ଲୋକଙ୍କ ଆଗ୍ରହ ଅହେତୁକ ଭାବେ ବୃଦ୍ଧି ପାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.