Home ଜିଲ୍ଲା ପରିକ୍ରମା ଖରିଫ ଓ ରବି ଧାନର ସ୍ୱଚ୍ଛତା ସହ ଚାଷୀଙ୍କ ସୁରକ୍ଷା ନେଇ ନବନିର୍ମାଣ କୃଷକ ସଂଗଠନ...

ଖରିଫ ଓ ରବି ଧାନର ସ୍ୱଚ୍ଛତା ସହ ଚାଷୀଙ୍କ ସୁରକ୍ଷା ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

15

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖରିଫ ଓ ରବି ଧାନର ସ୍ୱଚ୍ଛତା ସହ ମଣ୍ଡିରେ ଚାଷୀଙ୍କ ସୁରକ୍ଷାକୁ ନେଇ ଆଜି ନବ ନିର୍ମାଣ କୃଷକ ସଂଗଠନ, ଭଦ୍ରକ ଜିଲା ପକ୍ଷରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି। ସଂଗଠନର ସଂଯୋଜକ ତ୍ରିଲୋଚନ ପଣ୍ଡା, ଧାମନଗର ଶାଖାର ପୀତବାସ ମହାନ୍ତି, ବିଜୟ ପଣ୍ଡା, ଚାନ୍ଦବାଲି ବ୍ଲକ୍ ସଂଯୋଜକ କୃଷ୍ଣଚନ୍ଦ୍ର ବିଶ୍ୱାଳ, ରାଜୀବ କୁମାର ସାହୁ, ହରେକୃଷ୍ଣ ଜେନା, ଅଂଜନ କର, ସୁବାଷ ଚନ୍ଦ୍ର ବଳ, ମନୋଜ କୁମାର ପାଳ, ରବିନ୍ଦ୍ରନାଥ ପଣ୍ଡା ପ୍ରମୁଖ ଏକ ପ୍ରତିନିଧି ଦଳ ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳଙ୍କୁ ଭେଟି ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ମୂଳେ ଚଳିତବର୍ଷ ଖରିଫ ଧାନ କ୍ରୟରେ ପ୍ରତି ମଣ୍ଡିରେ ଚାଷୀଙ୍କର ସୁରକ୍ଷା ଓ ସ୍ୱଚ୍ଛତା ବିନା କଟାଣ ଓ ଛଟାଣରେ ଧାନ କ୍ରୟ କରାଯିବା ନେଇ ଦାବି କରାଯାଇଛି। ଏବଂ ଭଦ୍ରକର ପଡୋଶୀ ଜିଲା ଯାଜପୁର, ବାଲେଶ୍ୱର, ମୟୂରଭଂଜରେ ରବି ଧାନ ପଂଜିକରଣ କରାଯାଇ ଚାଷୀଙ୍କ ଠାରୁ ଧାନକ୍ରୟ କରାଯାଉଛି। ଏଥିରେ ଚାଷୀ କ୍ୱିଂଟାଲ ପିଛା ହଜାରେ ଟଙ୍କାରୁ ବାରଶହ ଟଙ୍କାରେ ଧାନ ବିକ୍ରୟ କରିବାକୁ ବାଧ୍ୟ ହେଉଛି। ଏଣୁ ଚଳିତ ରବି ଧାନ କ୍ରୟ ପାଇଁ ପଂଜିକରଣର ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ଚାଷୀକୂଳ ବହୁ କ୍ଷତିରେ ପଡିବେ। ଏଣୁ ରବିଧାନ କ୍ରୟର ସୁବ୍ୟବସ୍ଥା କରି ଭଦ୍ରକ ଜିଲାର ସମସ୍ତ ଚାଷୀକୂଳର ରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ସଂଗଠନ ଦାବି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.