Home କୋରାପୁଟ କୋରାପୁଟ ବସ୍ତି ବାସିନ୍ଦାଙ୍କ  ଜାଗା ସଂପର୍କ ମାଧ୍ୟମରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

କୋରାପୁଟ ବସ୍ତି ବାସିନ୍ଦାଙ୍କ  ଜାଗା ସଂପର୍କ ମାଧ୍ୟମରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

38

କୋରାପୁଟ ୦୮-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ପୈାରପରିଷଦର ବସ୍ତି ବାସିନ୍ଦାଙ୍କ ଜାଗା ସଂପର୍କ ମାଧ୍ୟମରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଲଆଇସି କଲୋନୀ ଓ ହାତୀଲାଇନ ବସ୍ତି ବାସିନ୍ଦା ସଂଗଠନର ମିଳିତ ଆନୁକୁଲ୍ୟରେ ଟାଉନହଲଠାରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାଗା ମିଶନ ସଂପର୍କରେ ଆଲୋକପାତ କରିଥିଲେ ।ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ସମ୍ମାନ୍ନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ସହର ବିକାଶ ଉପରେ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ସଂପର୍କରେ ଆଲୋକ କରିଥିଲେ ।କାର୍ଯ୍ୟକ୍ରମରେ ୧୦ ଗୋଟି ମହିଳା ଗୋଷ୍ଠିଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ।କୋରାପୁଟ ପୈାର ପରିଷଦ ଅଧିକାରୀ ସ୍ୱସ୍ତିକ ଜମାଦାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ହାତୀଲାଇନ ଏସଡିଏ ସଭାପତି ସତ୍ୟବତୀ ଗରଡା ଓ ସଂପାଦକ ସନ୍ତୋଷ ପଣ୍ଡା ଏବଂ ଏଲଆଇସି କଲୋନୀ ଏସଡିଏ ସଭାପତି ରାମ ମାଝି ଓ ସଂପାଦକ ରାକେଶ କୁମାର ଦାସ ଉପସ୍ଥିତ ଥିଲେ ।କୋରାପୁଟ ପୈାର ପରିଷଦ ନିର୍ବାହୀ ଅଧିକାରୀଙ୍କ  ସହିତ ଦୁଇଟି ଏସଡିଏର ଚୁକ୍ତିନାମା କରାଯାଇଥିଲା ।ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ,ଜାଗା ସଂଯୋଜକ ଶଶି ସ୍ୱାଇଁ ,କାର୍ଯ୍ୟାଳୟର ଅଶୋକ ସାହା ,ସିମାଞ୍ଜଳ ପଢିହାରୀ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ସେହିପରି ପୂଜାରୀପୁଟ କଲ୍ୟାଣ ମଣ୍ଡପ ସଭାଗୃହଠାରେ ବିଶ୍ୱାମିତ୍ର ନଗର,ଷ୍ଟାଡିୟମ କଲୋନୀ ଏବଂ େଓଭେରସ କଲୋନୀର ଏସଡିଏର ମିଳିତ ଆନୁକୁଲ୍ୟରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏଥିରେ କୋରାପୁଟ ପୈାର ପରିଷଦ ଅଧିକାରୀ ସ୍ୱସ୍ତିକ ଜମାଦାର ଓ ବିଶ୍ୱାମିତ୍ର ନଗର ଏସଡିଏ ସଭାପତି କେ.କୋଟେଶ ନାଇଡୁ ଓ ସଂପାଦକ ଲବ ସୁନା , ଷ୍ଟାଡିୟମ କଲୋନୀ ସଭାପତି ସନିଆ ମୁଦୁଲି ଓ ସଂପାଦକ ସନ୍ନତ ଗଣପତି ଏବଂ େଓଭରସ କଲୋନୀ ସଭାପତି ଲକ୍ଷ୍ମି ନାରାୟଣ ମଣ୍ଡଳ ଓ ସଂପାଦକ କୈଳାସ ଚନ୍ଦ୍ର ନାୟକଙ୍କ ସହିତ ଚୁକ୍ତିନାମା କରାଯାଇଥିଲା ।କାର୍ଯ୍ୟକ୍ରମକୁ ଜାଗା ସଂଯୋଜକ ଶଶି ସ୍ୱାଇଁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.