Home କୋରାପୁଟ କୋରାପୁଟ ଅବକାରୀ ବିଭାଗକୁ ବଡ ସଫଳତା ;୧୦ କ୍ୱିଂଟାଲ ୨୯ କେଜି ଗଞ୍ଜେଇ ଜବତ

କୋରାପୁଟ ଅବକାରୀ ବିଭାଗକୁ ବଡ ସଫଳତା ;୧୦ କ୍ୱିଂଟାଲ ୨୯ କେଜି ଗଞ୍ଜେଇ ଜବତ

103

କୋରାପୁଟ ୧୪-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଅବକାରୀ ବିଭାଗକୁ ବଡ ସଫଳତା ମିଳିଥିବା ଜଣାପଡିଛି ।ରାଜ୍ୟ ଅବକାରୀ କମିଶନର ଓ କୋରାପୁଟ ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଅବକାରୀ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆ ମେଣ୍ଡାଗୁଡା ଛକ ନିକଟରେ ଥିବା ଏକ ୧୨ ଚକିଆ ଟ୍ରକକୁ ତନଖି କରିଥିଲେ ।ଟ୍ରକ ଡାଲାରେ ଓଲ ବୋଝେଇ ବସ୍ତା ଥିଲା ଏବଂ ଓଲ ବସ୍ତା ତଳେ ଗଞ୍ଜେଇ ଥିଲା ।ମାଜିଷ୍ଟ୍ରେଟ ତପନ କୁମାର ନାୟକଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ୧୦ କ୍ୱିଂଟାଲ ୨୯ କେଜି ଗଞ୍ଜେଇ ଜବତ କରାଯାଇଥିବା ଶ୍ରୀ ବାଣୁଆ ସୂଚନା ଦେଇଛନ୍ତି ।ଯାହାର ଆନୁମାନିକ ମୁଲ୍ୟ ୫୧ ଲକ୍ଷ ୪୫ ହଜାର ଟଙ୍କା ହେବ ବୋଲି ସେ ସୂଚନା ଦେଇଛନ୍ତି । ଗାଡିର ଡ୍ରାଇଭର ସଂଜୟ ଖୋସଲାଙ୍କୁ ଗିରଫ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।ଚଢାଉ ସମୟରେ ଏଏସଆଇ ଅରୋପଲକ ଦାସ,କନେଷ୍ଟବଳ ପ୍ରଶାନ୍ତ କୁମାର ନାୟକ,ତ୍ରିଲୋଚନ ରାଇଚେଟ୍ଟୀ ଓ ଆଲୋକ ଦାସ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.