Home ଓଡ଼ିଶା କେବେ ଦୂର ହେବ ଅନ୍ଧବିଶ୍ୱାସ

କେବେ ଦୂର ହେବ ଅନ୍ଧବିଶ୍ୱାସ

226

ମାଲକାନଗିରି,୧୫/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଅନ୍ଧବିଶ୍ୱାସର ଅନ୍ଧଗଳିରେ ଦିଗହରା ଚିକିତ୍ସା। ମାଲକାନଗିରିରେ ମୃତ ଶିଶୁକୁ ବଞ୍ଚାଇବାକୁ ଗୁଣିଆର ସହାୟତା ନେଲେ ପରିବାର। ଏମଭି -୯ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ଶଙ୍କର ବିଶ୍ୱାସଙ୍କ ପୁଅ ସାହେବ ବିଶ୍ୱାସ ପୋଖରୀକୁ ଗାଧୋଇବାକୁ ବୁଡ଼ି ପ୍ରାଣ ହରାଇଥିଲେ। ପରିବାର ଲୋକେ ସାହିବକୁ ନିକଟସ୍ଥ ଡାକ୍ତରଖାନାକୁ ନେବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ତେବେ ମୃତ ଶିଶୁକୁ ନେଇ ଘରକୁ ଫେରିବା ପରେ ସେ ହଲିବାରୁ ପରିବାର ଲୋକେ ଜୀବିତ ଆଶାରେ ସ୍ଥାନୀୟ ଗୁଣିଆର ସାହାଯ୍ୟ ନେଇଥିଲେ। ତେବେ ବହୁ ଚେଷ୍ଟା ପରେ ମଧ୍ୟ ପିଲାଟି ବଞ୍ଚି ପାରିନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.