Home କୋରାପୁଟ କୃଷି ବିଭାଗର ସମୀକ୍ଷା କଲେ ଅତିରିକ୍ତ ସଚିବ

କୃଷି ବିଭାଗର ସମୀକ୍ଷା କଲେ ଅତିରିକ୍ତ ସଚିବ

116

କୋରାପୁଟ ; ତା୨୦-୦୬-୧୯(ଓଡିଆପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ସର୍କିଟହାଉସଠାରେ କୃଷି ବିଭାଗର ଅତିରିକ୍ତ ସଚିବ ଦୁଃଖିଶ୍ୟାମ ପାଇକ କୃଷି , ଜଳବିଭାଜିକା , ଉଦ୍ୟାନ ଓ କଫି ବିଭାଗର ସମୀକ୍ଷା କରିଥିବା ଜଣାପଡିଛି । ବିହନ , ସାର ଓ କୀଟନାଶକ ମେଡିସିନ ଏବଂ ସରକାରଙ୍କ ଯୋଜନା ଉପରେ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।ମହତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନାରେ କୋରାପୁଟ ଜିଲ୍ଲାରେ ଜଳବିଭାଜିକା ନିର୍ମାଣ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ବୈଠକରେ କୃଷି ଉପନିଦେ୍ର୍ଦଶକ ପ୍ରଦୀପ ମହାନ୍ତି , ଉଦ୍ୟାନ ଉପନିଦେ୍ର୍ଦଶକ ଶଙ୍କର୍ଷଣ ରାଉତ , ଜଳବିଭାଜିକା ଉପନିଦେ୍ର୍ଦଶକ ଭବାନୀ ଶଙ୍କର କାଲ ,କୋରାପୁଟ ଜିଲ୍ଲା କୃଷି ଅଧିକାରୀ ସୁବ୍ରତ ରଥ , ଉଦ୍ୟାନବିତ ପି.କେ.ସେଠୀ , କୋରାପୁଟ ଜଳବିଭାଜିକାର ପିଆଇଏ ଅଶୋକ ସେନାପତିଙ୍କ ସହ ଅନ୍ୟାନ୍ୟ ଅଧହିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.