Home ଓଡ଼ିଶା କୁମାର ପୂର୍ଣ୍ଣିମା ପାଇଁ ସବୁଠି ଉତ୍ସବ ମୁଖର ପରିବେଶ

କୁମାର ପୂର୍ଣ୍ଣିମା ପାଇଁ ସବୁଠି ଉତ୍ସବ ମୁଖର ପରିବେଶ

130

ଭୁବନେଶ୍ଵର,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ହେଉଛି କୁମାର ପୂର୍ଣ୍ଣିମା । ଏଥିପାଇଁ ସବୁଠି ଚଳଚଞ୍ଚଳ ।  ଭଲ ବରଟିଏ ପାଇଁ ଉପବାସ ରଖିଛନ୍ତି କୁମାରୀ। ସକାଳୁ ସକାଳୁ କୁମାରୀମାନେ ସୂର୍ଯ୍ୟଙ୍କୁ ପୂଜା କରିବା ସହ ଆଞ୍ଜୁଳି ଟେକିଥିଲେ। ଡାଲାରେ ଖଇ, ବିଭିନ୍ନ ପ୍ରକାର ଫଳ, ନଡିଆ ଓ ଫୁଲ ରଖି ସୂର୍ଯ୍ୟ ପୂଜା କରିଥିଲେ। ସନ୍ଧ୍ୟାରେ ଚଉଁରା ମୂଳରେ ପୂଜା କରି ପୂର୍ଣ୍ଣ ଚନ୍ଦ୍ରକୁ ବନ୍ଦାଣ କରିବେ। ମହାଦେବଙ୍କ ପୁତ୍ର କୁମାର କାର୍ତ୍ତିକେୟଙ୍କ ପୂଜା ସହ କୁମାରପୂର୍ଣ୍ଣିମା ପୂଜାର ସାମଞ୍ଜସ୍ୟ ରହିଥିବା ପୁରାଣରେ ବର୍ଣ୍ଣିତ ରହିଛି । ତେବେ ଓଡିଶାର ପୁରପଲ୍ଲୀରେ ଏହି ପର୍ବ ବେଶ ଆନ୍ଦ ଉତ୍ସାହର ସହ ମନା ଯାଇଥାଏ ।ପୁରାଣରେ ବର୍ଣ୍ଣିତ ଅଛି ଯେ, କାର୍ତ୍ତିକେୟ ପରି ସୁନ୍ଦର ବର ପାଇବା ପାଇଁ ଏହିପୂଜା କରାଯାଏ । ଆଜି ପ୍ରଭୁ ଶିବଙ୍କର ପୁତ୍ର କାର୍ତ୍ତିକେୟଙ୍କର ଆଜି ଜନ୍ମ ଦିବସ । ସେଥିପାଇଁ ଏହି ପର୍ବକୁ କୁମାରୀ ମାନେ ପାଳନ କରିଥାନ୍ତି । ଜହ୍ନି ଓସା ପରେ ଏହି କୁମାର ପୂର୍ଣ୍ଣିମା ପଡିଥାଏ। ଏଥିପାଇଁ କୁମାରୀ ମାନଙ୍କ ମଧ୍ୟରେ ବେସ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.