Home Top News ‘କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ CRPF କଭର ସହିତ ‘Y’ ସୁରକ୍ଷା ପ୍ରଦାନ

‘କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ CRPF କଭର ସହିତ ‘Y’ ସୁରକ୍ଷା ପ୍ରଦାନ

51

ନୂଆ ଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) ‘କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ CRPF କଭର ସହିତ ‘Y’ ସୁରକ୍ଷା ପ୍ରଦାନ କରାଯାଇଥିବା ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ସୂତ୍ରରୁ ପ୍ରକାଶ। ଇଣ୍ଟେଲିଜେନ୍ସ ବ୍ୟୁରୋରୁ ମିଳିଥିବା ରିପୋର୍ଟକୁ ଆଧାର କରି ଗୃହ ମନ୍ତ୍ରଣାଳୟ ବିବେକଙ୍କୁ ଏହି ସୁରକ୍ଷା ପ୍ରଦାନ କରିଛି।

Y ବର୍ଗର ସୁରକ୍ଷା କ୍ଷେତ୍ରରେ, ସୁରକ୍ଷା ପାଇଁ ସମୁଦାୟ ୮ ଜଣ ସୁରକ୍ଷା କର୍ମୀ ନିୟୋଜିତ ହେବେ। ଏଥିରେ, ଭିଆଇପିଙ୍କୁ ସୁରକ୍ଷା ଦିଆଯାଇଥିବା, ତାଙ୍କ ଘରେ ପାଞ୍ଚ ଜଣ ସଶସ୍ତ୍ର ଷ୍ଟାଟିକ୍ ଗାର୍ଡ ଲଗାଯାଇଛି। ଆହୁରି ମଧ୍ୟ, ତିନୋଟି ସିଫ୍ଟରେ ତିନୋଟି PSO ସୁରକ୍ଷା ଯୋଗାଇ ଦିଆଯାଇଥାଏ।

ସୂଚନାଯୋଗ୍ୟଯେ, କାଶ୍ମୀର ଫାଇଲକୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ମତାମତ ଦୁଇଫାଳ ହୋଇଛି। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ବିଭିନ୍ନ ମନ୍ତବ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଇତିମଧ୍ୟରେ ଏହି ସିନେମା ବକ୍ସ ଅଫିସରେ ଭଲ ଆୟ କରିବାରେ ଲାଗିଛି। ଏହା ୧୦୦ କୋଟି କ୍ଲବରେ ପହଁଚିବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.