Home ଓଡ଼ିଶା କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ସରପଞ୍ଚ

କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ସରପଞ୍ଚ

738

ଢେଙ୍କାନାଳ, ୨୮/୦୯, (ଓଡ଼ିଆ ପୁଅ ପି ନାଏକ): ସରପଞ୍ଚଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ। ଏଭଳି ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲାରେ। ପରଜଙ୍ଗ ପଞ୍ଚାୟତ ସମିତି ଅନ୍ତର୍ଗତ କୁମୁସି ସରପଞ୍ଚଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି।

ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା ୭୮୦ ଅନୁଯାୟୀ ପିଆର ଆଣ୍ଡ ଡ଼ିଡବ୍ଲ୍ୟୁ ବିଭାଗର ଚିଠି ସଂଖ୍ୟା ୧୬୧୪୨ରେ ଗ୍ରାମ ପଞ୍ଚାୟତ ଆକ୍ଟ ୧୯୬୪ ଏବଂ ସେକ୍ସନ ୨୧ରେ କୁମୁସି ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି। ସରପଞ୍ଚ ସାଗରିକା ଦେହୁରୀ ୨୦୧୮ଜାନୁଆରୀ ୩୦ ରୁ ୨୦୧୮ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବିନା ସୂଚନାରେ ବନ୍ଦ କରିଥିଲେ। ସେହିଭଳି ୨୦୧୯ ମସିହା ଜାନୁଆରୀ ୧୫ ତାରିଖ ଦିନ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ବେଳେ ପଂଚାୟତ ଅଫିସରେ ସହଯୋଗ କରିନଥିଲେ ସରପଞ୍ଚ। ଏଭଳି ବିଭିନ୍ନ କାର୍ଯ୍ୟରେ ସରପଞ୍ଚ ଅବହେଳା କରିଥିବା ଯୋଗୁଁ ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଛନ୍ତି। ଯାହାକୁ ନେଇ ତାଙ୍କ ସ୍ଥାନରେ ନାଏବ୍ ସରପଞ୍ଚ ପୀତବାସ ପଣ୍ଡା କାର୍ଯ୍ୟଭାର ତୁଲାଇବା ପାଇଁ ସରକାରୀ ନୋଟିସ୍‌ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.