Home ଜିଲ୍ଲା ପରିକ୍ରମା କାନ୍ତକବିଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କଲେ ବିଜେଡି ଜିଲା ପର୍ଯ୍ୟବେକ୍ଷକ

କାନ୍ତକବିଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କଲେ ବିଜେଡି ଜିଲା ପର୍ଯ୍ୟବେକ୍ଷକ

17

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ତାଳପଦା ସ୍ଥିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମାଧି ପୀଠରେ ବିଜେଡି ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ପରିଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ ଥିଲେ । ରବିବାର ସେ ପ୍ରଥମେ କାନ୍ତକବି ଓ ତାଙ୍କ ପତ୍ନୀ ଲବଙ୍ଗଲତାଙ୍କ ସମାଧି ପୀଠକୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କାନ୍ତକବିଙ୍କ ସ୍ମୃତି ମନ୍ଦିରକୁ ଯାଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । କାନ୍ତକବି ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି । ସେ କାଳଜୟୀ ଯୁଗ ପୁରୁଷଙ୍କ ଜନ୍ମ ମାଟିରେ ପାଦ ଦେଇ ନିଜକୁ ଧନ୍ୟ ମନେକରିଛନ୍ତି ବୋଲି ପର୍ଯ୍ୟବେକ୍ଷକ ଶ୍ରୀ ଦାସବର୍ମା କହିଥିବାବେଳେ ସମାଧି ପୀଠର ଆହୁରି ଉନ୍ନତି ପାଇଁ ସେ ପଦକ୍ଷେପ ନେବେବୋଲି ପ୍ରତିଶୃତି ଦେଇଥିଲେ । କାନ୍ତକବିଙ୍କ ଜନ୍ମପୀଠ ବହୁ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିଲା । ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଉଦ୍ୟମରେ ପୀଠର ବିକାଶ ଘଟିଛିଥିବା ବେଳେ କାନ୍ତକବିଙ୍କ ପୀଠରେ ଅଧିକ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ଲକ୍ଷ ଟଙ୍କା ଅନୁଦାନ ମିଳିଥିବା କାନ୍ତକବି ସ୍ମୃତି କମିଟିର କର୍ମକର୍ତ୍ତା ଜିଲା ପର୍ଯ୍ୟବେକ୍ଷକ ଦାସବର୍ମାଙ୍କୁ ସୂଚନା ଦେଇଥିଲେ । ପୀଠକୁ ଅଧିକ ଆକର୍ଷଣୀୟ କରିବା ଦିଗରେ ସେ ପଦକ୍ଷେପ ନେବେ ଯାହା ଜିଲାର ପ୍ରମୁଖ ସ୍ଥଳରୁ ଅନ୍ୟତମ ହୋଇପରିବ ବୋଲି ପର୍ଯ୍ୟବେକ୍ଷକ କହିଥିଲେ । କାନ୍ତକବି ସ୍ମୃତି କମିଟିର ସଭାପତି ଆଇନଜୀବୀ ଚିନ୍ତାମଣି ଦାସ, ସମ୍ପାଦକ ବାଣୀକଲ୍ୟାଣ ମହାପାତ୍ର, ଉପ ସଭାପତି ରାକେଶ ମହାପାତ୍ର, ସହ ସମ୍ପାଦକ ବିଶ୍ୱରଞ୍ଜନ ମହାପାତ୍ର, ସଦସ୍ୟ ଉପେନ୍ଦ୍ର ଜେନା, ଘନଶ୍ୟାମ ଦାସ, ଅଜିତ ଦାସ, ନିର୍ମଳ ଦାସ ପ୍ରମୁଖ ପର୍ଯ୍ୟବେକ୍ଷକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସାଂସଦ ମଞ୍ଜୁଲତା ମଣ୍‌ତଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲା ପରିଷଦସଭ୍ୟା ରୁଜାତା ପଣ୍ଡା, ଧାମନଗର ଯୁବ ବିଜେଡି ସଭାପତି ସୁଧନ୍ୱା ନାୟକ, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.