Home ଜିଲ୍ଲା ପରିକ୍ରମା କଲେଜ ପଡିଆକୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଛାତ୍ରଛାତ୍ରୀ

କଲେଜ ପଡିଆକୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଛାତ୍ରଛାତ୍ରୀ

7

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅସହାୟ ଅବସ୍ଥାରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ।ଭଦ୍ରକ ମହାବିଦ୍ୟାଳୟ ବହୁ ପୁରାତନ ମହାବିଦ୍ୟାଳୟ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ପାଇଁ ମଧ୍ୟ ବିଗତ କିଛି ବର୍ଷ ଧରି ଦାବି ହୋଇଆସୁଛି । କିନ୍ତୁ ବିଶ୍ୱବିଦ୍ୟାଳୟ ତ ଦୂରର କଥା ଏବେ ଆହୁରି ବିଗୁଡୁଛି କଲେଜ ପାରିପାର୍ଶ୍ୱିକ ପରିବେଶ ଏବଂ ତାହାକୁ ବିରୋଧ କରି ଆଜି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି। ସୂଚନାନୁଯାୟୀ ଜିଲ୍ଲା ସ୍ତରୀୟ ମହୋତ୍ସବ ଯେମିତିକି ଦୁଇଦିନ ତଳେ ଦୁଇଦିନିଆ ପ୍ରାଣୀ ଓ ମତ୍ସସମ୍ପଦ ମେଳା ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟ ମେଳା ସରିବା ପରେ ପ୍ରଶାସନ ପକ୍ଷରୁ ନା ସଫା ହେଲା ପଡିଆ ନା ଖାଲ ଖମାରେ ଭର୍ତି ହୋଇଥିବା ପଡିଆକୁ ମରାମତି କରାଗଲା ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ଏନ ସି ସି ଓ ଅନ୍ୟାନ୍ୟ କ୍ରୀଡାରେ ଅଭ୍ୟାସ ବେଳେ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ମତ୍ସ୍ୟ ସମ୍ପଦ ମେଳା ସରିବାର ଗୋଟିଏ ଦିନ ନପୂରୁଣୁ ପୁଣି ଆଜି ଅର୍ଥାତ ଗୁରୁବାର ଆଉ ଏକ ମେଳା ପାଇଁ ଟେଂଟ ସାମଗ୍ରୀ ପହଂଚିଛି କଲେଜ ପଡିଆରେ ଯାହା ଦେଖି ଛାତ୍ର ମାନେ ଅସନ୍ତୋଷ ଜାହିର କରିଛନ୍ତି। ପ୍ରଥମେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆରେ ଟେଂଟ କାର୍ଯ୍ୟକୁ ବନ୍ଦ କରି ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିବା ବେଳେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇବାରୁ ପ୍ରଶାସନ ତରଫରୁ କଲେଜକୁ ଜଣାଇବା ସହ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଛି ତେଣୁ ମେଳା ସମୟ ସୀମାକୁ ସମ୍ପ୍ରସାରଣ କରିହେବ ନାହିଁ ଏବଂ ମେଳା ସରିବା ପରେ ମରାମତି ନିଶ୍ଚିତ କରାଯିବା ନେଇ ମଧ୍ୟ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ଛାତ୍ର ମାନେ କିନ୍ତୁ ମହାବିଦ୍ୟାଳୟର ଖରାପ ପାରିପାର୍ଶ୍ୱିକ ପରିସ୍ଥିତିକୁ ନେଇ ଗର୍ଜିଛନ୍ତି କହିଛନ୍ତି ଜିଲାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରହିଥିବା ବେଳେ କାହିଁକି ଜିଲ୍ଲାର ବହୁ ପୁରାତନ ମହା୍ୱିଦ୍ୟାଳୟ କୁ ଅଣଦେଖା କରାଯାଉଛି ଏବଂ କାହିଁକି ଅଦ୍ୟାବଧି ତିନିବର୍ଷ ପୂର୍ବେ ଆରମ୍ଭ ହୋଇଥିବା ମୁଖ୍ୟ ଫାଟକର କାର୍ଯ୍ୟ ସରୁନାହିଁ ତାହାକୁ ମଧ୍ୟ ମନ୍ତ୍ରୀ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ଛାତ୍ର ମାନେ ।ଅନ୍ୟପଟେ କଲେଜରେ ସେମିଷ୍ଟାର ଚାଲିଥିବା ବେଳେ ଉଚ୍ଚ ସ୍ୱର ବିଶିଷ୍ଟ ମାଇକ ମଧ୍ୟ ଚାଲୁଛି ତାହା ସହ କଲେଜର ପଡିଆରେ କଲେଜ ଛାତ୍ର ଛାତ୍ରୀ ମାନେ ଖେଳିବାର ସୁଯୋଗ ନପାଇବା ତଥା ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ନମିଳିବାକୁ ନେଇ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି ଛାତ୍ର ଛାତ୍ରୀ ମାନେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.