Home Top News କଟକ ମ୍ୟୁନିସିପାଲ କର୍ପୋରେସନ ସି ଏମ୍ ସି ମେୟର ପାଇଁ କଂଗ୍ରେସ ପ୍ରାର୍ଥୀ ହେବେ ଗିରିଵାଲା...

କଟକ ମ୍ୟୁନିସିପାଲ କର୍ପୋରେସନ ସି ଏମ୍ ସି ମେୟର ପାଇଁ କଂଗ୍ରେସ ପ୍ରାର୍ଥୀ ହେବେ ଗିରିଵାଲା ବେହେରା

79

କଟକ/ଭୁବନେଶ୍ୱର, ୨/୩ (ଓଡ଼ିଆ ପୁଅ/ ଅଭୟ ଜେନା) ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅପାତତଃ ଶେଷ ହୋଇଛି। ରାଜ୍ୟରେ ପୌର ନିର୍ବାଚନପାଇଁ ବିଗୁଲ ବାଜିଛି ଓ ଆଜିଠାରୁ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ମହାନଗର ନଗମ, ମ୍ୟୁନିସପାଲିଟି ଓ ଏନଏସି ଆଦିର ମେୟର, ପୌରାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲର ପଦବୀ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ରାଜ୍ୟର ୧୦୬ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହେବ।କଂଗ୍ରେସ ନେତ୍ରୀ ପୂର୍ବତନ କର୍ପୋରେଟର ତଥା କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରାଙ୍କୁ କଂଗ୍ରେସ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ର ମେୟର ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଛି। ଏ ସମ୍ପର୍କ ରେ କଂଗ୍ରେସ ନେତା ତଥା ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି। ଦୁଇଦିନ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ପ୍ରାର୍ଥୀ ଚୟନ କରାଯିବ ବୋଲି ଜଣାପଡିଛି। କଟକର ୫୬ ଟି କର୍ପୋରେଟର ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି। ମେୟର ପ୍ରାର୍ଥୀ ଭାବେ କଂଗ୍ରେସ ସଭାନେତ୍ରୀ ଗିରିବାଳାଙ୍କ ନାମ ସର୍ବାଗ୍ରେ ରହିଥିଲା। ମହମ୍ମଦ ମୋକିମ ସହ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.